ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟ ବିଭିନ୍ନ କ୍ଷେତ୍ରରେ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପ୍ରକ୍ରୟା ଆରମ୍ଭ କରିଛି । 2020 ଗଣତନ୍ତ୍ର ଦିବସରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର ପାଇଁ ଅନଲାଇନ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ - padma-awards
2020 ଗଣତନ୍ତ୍ର ଦିବସରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର ପାଇଁ ଅନଲାଇନ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନାମାଙ୍କନର ଶେଷ ତାରିଖ ଡିସେମ୍ବର 15 ହୋଇଥିବାବେଳେ ପୁରସ୍କାର ପାଇଁ ନାମାଙ୍କନ ଫର୍ମ କେବଳ ପଦ୍ମ ପୋର୍ଟଲ www.padmaawards.gov.in ରେ ଉପଲବ୍ଧ ରହିଛି ।
ଫାଇଲ ଫଟୋ
ନାମାଙ୍କନର ଶେଷ ତାରିଖ ଡିସେମ୍ବର 15ରେ ହୋଇଥିବାବେଳେ ପୁରସ୍କାର ପାଇଁ ନାମାଙ୍କନ ଫର୍ମ କେବଳ ପଦ୍ମ ପୋର୍ଟଲ www.padmaawards.gov.in ରେ ଉପଲବ୍ଧ ରହିଛି ।
ସବୁ ନାଗରିକ ନିଜ ନାମାଙ୍କନ ନିଜେ ଭରିପାରିବେ । କୌଣସି ବ୍ୟକ୍ତିଙ୍କ ପାଇଁ ଅନଲାଇନ ନାମାଙ୍କନ ଭରିବା ସମୟରେ ସମସ୍ତ ବିବରଣୀ ସଠିକ ଭାବେ ଭରିବା ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ପଦ୍ମ ପୁରସ୍କାର ପାଇଁ କେହିବି ଯୋଗ୍ୟ ବ୍ୟକ୍ତି ନାମାଙ୍କନ ଭରିପାରିବେ, ମାତ୍ର ଡାକ୍ତର ଓ ବୈଜ୍ଞାନିକଙ୍କୁ ଛାଡି ସରକାରୀ ସେବକ ପୁରସ୍କାର ପାଇଁ ନାମାଙ୍କନ ଦାଖଲ କରି ପାରିବେ ନାହିଁ ।