ଓଡିଶା

odisha

ETV Bharat / bharat

DNDରେ ଉତ୍ତେଜନା ଘଟଣା, ପ୍ରିୟଙ୍କା ଗାନ୍ଧୀଙ୍କୁ କ୍ଷମା ମାଗିଲା ପୋଲିସ

ହାଥରସରେ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ DNDରେ ହୋଇଥିବା ଉତ୍ତେଜନାରେ ଜଣେ ପୋଲିସ, ପ୍ରିୟଙ୍କା ଗାନ୍ଧୀଙ୍କ କୁର୍ତ୍ତା ଟାଣିଥିଲେ । ତେବେ ଏହି ଦୁର୍ବ୍ୟବହାର ପାଇଁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କ୍ଷମା ମାଗିଲେ ଗୌତମ ବୁଦ୍ଧ ନଗର ପୋଲିସ । ଅଧିକ ପଢନ୍ତୁ...

By

Published : Oct 5, 2020, 8:23 AM IST

noida police apologizes to priyanka gandhi orders for inquiry on misbehavior
DNDରେ ଉତ୍ତେଜନା: ପ୍ରିୟଙ୍କା ଗାନ୍ଧୀଙ୍କୁ କ୍ଷମା ମାଗିଲେ ଗୌତମ ବୁଦ୍ଧ ନଗର ପୋଲିସ

ଲକ୍ଷ୍ନୌ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କ୍ଷମା ମାଗିଲେ ଗୌତମ ବୁଦ୍ଧ ନଗର ପୋଲିସ । ବାସ୍ତବରେ, ଶନିବାର ଦିନ DNDରେ ହୋଇଥିବା ଉତ୍ତେଜନା ସମୟରେ ଜଣେ ପୋଲିସ, ପ୍ରିୟଙ୍କା ଗାନ୍ଧୀଙ୍କ କୁର୍ତ୍ତା ଧରି ଟାଣିଥିଲା। ସେହି ସମୟରେ ପ୍ରିୟଙ୍କା, ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ସହ ଦିଲ୍ଲୀରୁ ହାଥରସ ଯାଉଥିଲେ। ଏହା ପରେ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ DND ଫ୍ଲାଏ ଓଭରରେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଅସଦାଚରଣ କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ନୋଏଡା ପୋଲିସ କହିଛି ।

ତେବେ ଏଠାରେ ଡିଏନଡି ଫ୍ଲାଏ ଓଭରରେ ପାର୍ଟି କର୍ମଚାରୀଙ୍କ ଗଣ୍ଡଗୋଳ ଅଭିଯୋଗରେ ପ୍ରାୟ 500 ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ରବିବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଧାରା 144କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଶନିବାର ବିଳମ୍ବିତ ରାତିରେ ପୋଲିସ ଷ୍ଟେସନ ସେକ୍ଟର -20 ରେ ମାମଲା ରୁଜୁ ହୋଇଥିଲା। ତେବେ DND ଫ୍ଲାଏ ଓଭରରେ କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ କଳହ ପରେ ରାହୁଲଙ୍କ ସମେତ ପାଞ୍ଚ ଜଣଙ୍କୁ ହାଥରସ ଯିବାକୁ ଅନୁମତି ଦିଆଯାଇଥିଲା। ଶନିବାର ଦିନ ରାହୁଲ ଏବଂ ପ୍ରିୟଙ୍କା ହାଥରସରେ ପହଞ୍ଚିଗଣ ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିଥିଲେ । ଏବଂ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମେ ସେମାନଙ୍କ ପାଇଁ ଲଢେଇ କରିବୁ ବୋଲି ପ୍ରିୟଙ୍କା ପ୍ରତିଶୃତି ଦେଇଥିଲେ।

ଉଲ୍ଲେଖନୀୟ କଥା ହେଉଛି, ସେପ୍ଟେମ୍ବର 14ରେ, 19 ବର୍ଷ ବୟସ୍କା ଦଳିତ ଯୁବତୀ ହାଥରସରେ ଚାରିଜଣ ଯୁବକଙ୍କ ଦ୍ବାରା ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ମଙ୍ଗଳବାର ସକାଳେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପୀଡିତାଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଧବାର ସକାଳେ ପୀଡିତାଙ୍କ ପରିବାରଙ୍କ ଅଜାଣତରେ ମୃତଦେହକୁ ପୋଡି ଦିଆଯାଇଥିଲା।

ABOUT THE AUTHOR

...view details