ଓଡିଶା

odisha

ETV Bharat / bharat

ମୋଦିଙ୍କଠୁ ପ୍ରଭାବିତ ହୋଇ ଖୋଲିଲେ ଚା’ ଦୋକାନ, 40 ଲୋକଙ୍କୁ ଦେଲେ ନିଯୁକ୍ତି - ନ୍ୟୁଜିଲ୍ୟାଣ୍ଡରେ ଗ୍ରୀନ କାର୍ଡଧାରୀ ଜଗଦୀଶ

ନ୍ୟୁଜିଲ୍ୟାଣ୍ଡରେ ଗ୍ରୀନ କାର୍ଡଧାରୀ ଜଗଦୀଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ପ୍ରଭାବିତ ହୋଇ ଆରମ୍ଭ କଲେ ଚା’ ଦୋକାନ । ଏଥିରେ ସେ ନିଜେ ରୋଜଗାରକ୍ଷମ ହୋଇ ଅନ୍ୟ ଲୋକଙ୍କୁ ଦେଇଛନ୍ତି ନିଯୁକ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମୋଦିଙ୍କଠାରୁ ପ୍ରଭାବିତ ହୋଇ ଖୋଲିଲେ ଚା’ ଦୋକାନ,
ମୋଦିଙ୍କଠାରୁ ପ୍ରଭାବିତ ହୋଇ ଖୋଲିଲେ ଚା’ ଦୋକାନ,

By

Published : Sep 16, 2020, 10:30 PM IST

ଲକ୍ଷ୍ନୌ:ନ୍ୟୁଜିଲ୍ୟାଣ୍ଡରେ ଗ୍ରୀନ କାର୍ଡଧାରୀ ଜଗଦୀଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ପ୍ରଭାବିତ ହୋଇ ଆରମ୍ଭ କଲେ ଚା’ ଦୋକାନ । ପ୍ରାରମ୍ଭରେ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା । ହେଲେ କଥାରେ ଅଛି ଦୃଢ ଇଚ୍ଛା ଶକ୍ତି ଥିଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ନିଜେ ରୋଜଗାରକ୍ଷମ ହୋଇ ଅନ୍ୟକୁ ମଧ୍ୟ ରୋଜଗାର ଦେଲେ ଜଗଦୀଶ । ସେ ଆତ୍ମନିର୍ଭର ହେଲେ ଏବଂ ପାଖାପାଖି 40 ଜଣଙ୍କୁ ବର୍ତ୍ତମାନ ସମୟରେ ରୋଜଗାର ମଧ୍ୟ ଯୋଗାଇଲେ ।

ମୋଦିଙ୍କଠାରୁ ପ୍ରଭାବିତ ହୋଇ ଖୋଲିଲେ ଚା’ ଦୋକାନ, 40 ଲୋକଙ୍କୁ ଦେଲେ ନିଯୁକ୍ତି

ଏନଆରଆଇ ଚା’ ବାଲା ନାମରେ ଜଣାଶୁଣା ଜଗଦୀଶ କୁମାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ 70 ତମ ଜନ୍ମଦିନ ଅବସରରେ ସେ ଏକ ଚିନି ଲଞ୍ଚ କରୁଛନ୍ତି । ଏହି ଚିନିର ବିଶେଷତ୍ବ ହେଉଛି, ଏହା ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପାଦେୟ । ଏହି ଚିନି ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ।


ଜଗଦୀଶ କହିଛନ୍ତି ଯେ ସେ ଗତ 12 ବର୍ଷ ଧରି ନ୍ୟୁଜିଲ୍ୟାଣ୍ଡରେ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ ନୀତିରେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ । ଏଭଳି ପରିସ୍ଥିତିରେ ନ୍ୟୁଜିଲ୍ୟାଣ୍ଡର ଲୋକଙ୍କୁ ଚାକିରି ଦେଉଥିଲି ଏବଂ ଟିକସ ମଧ୍ୟ ଭରୁଥୁଲି । ହେଲେ ହଠାତ୍ ଦିନେ ମନରେ ଆସିଲା ଯେ ଦେଶରେ ଏପରି କିଛି କାମ କରିବି ଯାହାଦ୍ବାରା ଲୋକେ ଚାକିରି ପାଇବେ ଏବଂ ଟିକସ ଭାରତକୁ ଦିଆଯିବ । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଦ୍ୱାରା ପ୍ରଭାବିତ ହୋଇ ସେ ଏଠାରେ ଚା ’ବ୍ୟବସାୟ ପ୍ରତିଷ୍ଠା କରିଥିଲେ ।

ଜଗଦୀଶ କହିଛନ୍ତି ଯେ ସେ ଏନଆରଆଇ ଚା’ବାଲା ନାମରେ ଏକ ବ୍ୟାନର ବନାଇ ଏହା ଅଧିନରେ ଏକ ଆଉଟଲେଟ୍ ଖୋଲିବେ ଏବଂ ପ୍ରାୟ 2,000 ଲୋକଙ୍କୁ ନିଯୁକ୍ତି ଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details