ନୂଆଦିଲ୍ଲୀ: ଏଣିକି ମେଟ୍ରୋରେ କରିପାରିବେ ପାର୍ଟି । ଦିଲ୍ଲୀ ଏନସିଆରରେ ପ୍ରଥମ ଥର ମେଟ୍ରୋ ଭିତରେ ସାଧାରଣ ଜନତା ପାର୍ଟି କରିବାର ମଜା ନେଇପାରିବେ । ସେ ଜନ୍ମଦିନ ପାର୍ଟି ହେଉ ଅବା ପ୍ରି ୱେଡିଙ୍ଗ୍ ସୁଟ୍ । ମେଟ୍ରୋରେ ଅନେକ ପାର୍ଟି କରିପାରିବେ ସାଧାରଣ ଜନତା ।
ଏଣିକି ମେଟ୍ରୋରେ ଜମିବ ବାର୍ଥ ଡେ ସେଲିବ୍ରେସନ ନୋଏଡା ମେଟ୍ରୋ ରେଳ କୋରପରେସନ୍ ଦ୍ବାରା ନୋଏଡାଠାରୁ ଗ୍ରେଟର ନୋଏଡା ରୁଟ୍ର ମେଟ୍ରୋରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏକ ନୂଆ ଯୋଜନା କାର୍ଯ୍ୟକାରୀ ହୋଇଛି । ଯେଉଁଥିରେ ସାଧାରଣ ଜନତା ଚଳନ୍ତା ମେଟ୍ରୋକୁ ପାର୍ଟି ପାଇଁ ବୁକ୍ କରିପାରିବେ । ଯାହାର ଭିନ୍ନ ଭିନ୍ନ ଚାର୍ଜ ରହିଥିବା ସୂଚନା ଦେଇଛି ନୋଏଡା ମେଟ୍ରୋ ରେଳ କୋରପୋରେସନ୍ ।
ତେବେ ଏଥିପାଇଁ ସାଧାରଣ ଜନତାଙ୍କୁ ଦେବାକୁ ପଡିବ ଚାର୍ଜ । ଆପଣଙ୍କୁ ଏହି ସୁବିଧା କେବଳ ଅଫଲାଇନରେ ହିଁ ଉପଲବ୍ଧ ହେବ । ଯହାଦ୍ବାରା ଆପଣ ସହଜରେ କୋଚ ବୁକ୍ କରିପାରିବେ ।
ଯଦି ଆପଣ ମେଟ୍ରୋରେ ପ୍ରିୱେଡିଙ୍ଗ୍ ସୁଟ୍ କିମ୍ବା କୌଣସି ପାର୍ଟି କରନ୍ତି ତେବେ ଆପଣଙ୍କୁ ଘଣ୍ଟାକୁ 5 ହଜାରରୁ 10 ହଜାର ଦେବାକୁ ହେବ । ସେହିପରି ଆପଣଙ୍କୁ ପୂର୍ବରୁ ସିକ୍ୟୁରିଟି ପାଇଁ 20 ହଜାର ଟଙ୍କା ଜମା କରିବାକୁ ହେବ । ଯାହା ଆପଣଙ୍କୁ ପରେ ଫେରସ୍ତ କରାଯିବ ।
ତେବେ ମେଟ୍ରୋ ଭିତରେ ପାର୍ଟି କରିବାର ଏହି ଘୋଷଣାକୁ ସାଧାରଣରେ ସ୍ବାଗତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ, ଏହି ସୁବିଧା ପୂର୍ବରୁ ୟଜପୁର ମେଟ୍ରୋରେ ଉପଲବ୍ଧ ରହିଛି ।