ନୂଆଦିଲ୍ଲୀ: ମହାମାରୀ କୋରୋନା ପାଇଁ ଦୀର୍ଘ 3 ମାସ ଧରି ଦେଶ ଲକଡାଉନ ସ୍ଥିତିରେ । ତେବେ ଲକଡାଉନ କାରଣରୁ ବହୁତ ଲୋକ ନିଜ ଜୀବିକା ହରାଇଛନ୍ତି । ଫଳରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ତେବେ ଏଭଳି ପରିସ୍ଥିତିରେ ଯେଉଁମାନେ ଘରର କିସ୍ତି ଜମା କରି ପାରୁନାହାଁନ୍ତି ସେମାନଙ୍କୁ ନୋଏଡା କର୍ତ୍ତୃପକ୍ଷ ବଡ଼ ସହାୟତା କରିଛନ୍ତି । 3 ମାସ ପାଇଁ କୌଣସି ବିଲ୍ଡର ସୁଧ ନେବେ ନାହିଁ କି କ୍ରେତାମାନେ ମଧ୍ୟ କୌଣସି ସୁଧ ଦେବେ ନାହିଁ ବୋଲି ନୋଏଡା କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ତେବେ ଏହି ସୁବିଧା ଗୋଷ୍ଠୀ ଗୃହ, ଶିଳ୍ପ ଏବଂ ଅନୁଷ୍ଠାନିକ ବଣ୍ଟନ ପାଇଁ ବୈଧ ହେବ ବୋଲି ନୋଏଡା କର୍ତ୍ତୃପକ୍ଷ ସିଇଓ ରିତୁ ମହେଶ୍ୱରୀ କହିଛନ୍ତି ।
ଘର କିସ୍ତିରେ 3 ମାସର ସୁଧ ଛାଡ଼ କଲେ ନୋଏଡ଼ା କର୍ତ୍ତୃପକ୍ଷ - କୋରୋନା
ମହାମାରୀ କୋରୋନା ପରିସ୍ଥିତିରେ ଯେଉଁମାନେ ଘରର କିସ୍ତି ଜମା କରି ପାରୁନାହାଁନ୍ତି ସେମାନଙ୍କୁ ନୋଏଡା କର୍ତ୍ତୃପକ୍ଷ ବଡ଼ ସହାୟତା କରିଛନ୍ତି । 3ମାସ ପାଇଁ କ୍ରେତାମାନେ କୌଣସି ସୁଧ ଦେବେ ନାହିଁ ବୋଲି ନୋଏଡା କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...
ଘର କିସ୍ତିରେ 3 ମାସର ସୁଧ ଛାଡ଼ କଲେ ନୋଏଡ଼ା କର୍ତ୍ତୁପକ୍ଷ
ବକେୟା ଥିବା ବ୍ୟକ୍ତିଙ୍କ ପାଖରେ 30 ଜୁନ୍ ସୁଦ୍ଧା ସେମାନଙ୍କର ଦେୟ ଜମା କରିବାର ସୁଯୋଗ ରହିଛି। ଏହି ସମୟ ମଧ୍ୟରେ, କର୍ତ୍ତୃପକ୍ଷ 22 ମାର୍ଚ୍ଚରୁ 30 ଜୁନ୍ ମଧ୍ୟରେ ବକେୟା ଜମାକାରୀଙ୍କଠାରୁ ସୁଧ ନେବେ ନାହିଁ । କିନ୍ତୁ ଜୁଲାଇ 1 ରୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ, ବକେୟା କିସ୍ତି କେବଳ ସରଳ ସୁଧରେ ଜମା ହେବ । ଯଦି ସେପ୍ଟେମ୍ବର 30 ପରେ କ୍ରେତା ଟଙ୍କା ଜମା କରନ୍ତି, ତେବେ ସମଗ୍ର ମୋର୍ଚ୍ଚା ଅବଧି ପାଇଁ ଡିଫଲ୍ଟ ସୁଧ ଆଦାୟ କରାଯିବ ।