ଓଡିଶା

odisha

ETV Bharat / bharat

କୋଭିଡ ପାଇଁ ଶୀତକାଳୀନ ଅଧିବେଶନ ବନ୍ଦ, 2021ରେ ହେବ ବଜେଟ ଅଧିବେଶନ - 2021ରେ ବଜେଟ ଅଧିବେଶନ

କୋଭିଡ ମହାମାରୀ ସଂକ୍ରମଣ ଯୋଗୁଁ ସଂସଦର ଶୀତକାଳୀନ ଅଧିବେଶନ ବନ୍ଦ କରାଯିବା ସହ ବଜେଟ ଅଧିବେଶନ 2021ରେ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

No Winter Session due to pandemic, Budget Session in Jan 2021
କୋଭିଡ ପାଇଁ ଶୀତକାଳୀନ ଅଧିବେଶନ ବନ୍ଦ, 2021ରେ ହେବ ବଜେଟ ଅଧିବେଶନ

By

Published : Dec 15, 2020, 3:03 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ସଂସଦର ଶୀତକାଳୀନ ଅଧିବେଶନକୁ ବନ୍ଦ କରାଯାଇଥିବା ବେଳେ ଆସନ୍ତା ବର୍ଷ ଅର୍ଥାତ୍‌ 2021 ମସିହା ଜାନୁଆରୀ ମାସରେ ବଜେଟ ଅଧିବେଶନ ହେବ। ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଡିସେମ୍ବର 3 ତାରିଖରେ ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କୁ ଚୌଧୁରୀ ଚିଠି ଲେଖି ବିଭିନ୍ନ ସମସ୍ୟା ଯଥା ଚାଷୀ ଆନ୍ଦୋଳନ, କୋଭିଡ-19 ମହାମାରୀର ପ୍ରସ୍ତୁତି ଓ ସ୍ଥିତି, ଅର୍ଥନୈତିକ ଅବଗତି, ବେକାରୀ ସମସ୍ୟା ଆଦି ସମ୍ପର୍କରେ ଚିଠିରେ ଅବଗତ କରାଇଥିଲେ । ଶୀତ ଦିନରେ କୋରୋନା ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ଶୀତ ଅଧିବେଶନକୁ ବନ୍ଦ କରିବା ପାଇଁ ଜୋଶୀ ଚିଠିରେ ଦର୍ଶାଇଛନ୍ତି ।

ଦେଶବାସୀ ଡିସେମ୍ବର ମଧ୍ୟଭାଗରେ ରହିଥିବା ବେଳେ ଖୁବଶୀଘ୍ର କୋଭିଡ୍ ଟିକା ଆସିବାର ଆଶା କରାଯାଉଛି । ଏହି ପରିପ୍ରେକ୍ଷୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହିତ ଶୀତକାଳୀନ ଅଧିବେଶନ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ରାଜନେତାମାନେ ମହାମାରୀକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ଶୀତକାଳୀନ ଅଧିବେଶନକୁ ବର୍ତ୍ତମାନ ପରିସ୍ଥିତିରେ ନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜୋଶୀ କହିଛନ୍ତି ।

ସଂସଦର ପରବର୍ତ୍ତୀ ଅଧିବେଶନ ଶୀଘ୍ର କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏଣୁ କୋଭିଡ -19 ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଅଦୃଶ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି 2021 ମସିହା ଜାନୁଆରୀରେ ବଜେଟ୍ ଅଧିବେଶନ କରିବା ଉପଯୁକ୍ତ ହେବ ବୋଲି ଜୋଶୀ କହିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details