ଚଣ୍ଡିଗଡ଼: ପଞ୍ଜାବରେ ହୋମ କ୍ଵାରେଣ୍ଟାଇନରେ ରହୁଥିବା କୋଭିଡ ରୋଗୀଙ୍କ ଘର ବାହାରେ ଆଉ କୌଣସି ପୋଷ୍ଟର ଲଗାଯିବ ନାହିଁ । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର ଦିନ ପୂର୍ବ ନିର୍ଦ୍ଦେଶକୁ ବାତିଲ କରି ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରୋଗୀଙ୍କ ଘର ବାହାରରେ ଲଗାଯାଇଥିବା ପୋଷ୍ଟରରୁ ଉତ୍ପନ୍ନ ଭେଦଭାବକୁ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏବଂ ଯେଉଁଠାରେ ଏହି ପୋଷ୍ଟରଗୁଡ଼ିକ ଲଗାଯାଇଛି, ସେଗୁଡ଼ିକୁ ମଧ୍ୟ ହଟାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
କୋରୋନା ଆକ୍ରାନ୍ତଙ୍କ ଘର ସାମ୍ନାରେ ଆଉ ଲାଗିବ ନାହିଁ ପୋଷ୍ଟର - ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ
ପଞ୍ଜାବରେ ହୋମ କ୍ଵାରେଣ୍ଟାଇନରେ ରହୁଥିବା କୋଭିଡ ରୋଗୀଙ୍କ ଘର ବାହାରେ ଆଉ କୌଣସି ପୋଷ୍ଟର ଲଗାଯିବ ନାହିଁ । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର ଦିନ ପୂର୍ବ ନିର୍ଦ୍ଦେଶକୁ ବାତିଲ କରି ଏହି ନିଷ୍ପତ୍ତି ନେଇଛନ୍ତି। ଅଧିକ ପଢନ୍ତୁ...
ସେହିପରି କରୋନା ଲକ୍ଷଣ ଥିଲେ ଶୀଘ୍ର ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଲୋକଙ୍କୁ ନିବେଦନ କରିଛନ୍ତି, ଯାହା ଦ୍ୱାରା ଏହି ରୋଗ ପୂର୍ବରୁ ଚିହ୍ନଟ ହୋଇ ସଠିକ୍ ଚିକିତ୍ସା ହୋଇପାରିବ। ମିଳିଥିବା ସୂଚନା ମୁତାବକ ଏହି ପୋଷ୍ଟରଗୁଡିକ ଲଗାଯିବାର ଉଦ୍ଦେଶ୍ୟ ଅନ୍ୟମାନଙ୍କୁ ସଚେତନ କରିବା ଥିଲା, କିନ୍ତୁ ଏଭଳି ପୋଷ୍ଟର ଲଗାଯିବା ଦ୍ୱାରା ହେତୁ ଲୋକମାନେ ନିଜ ସମସ୍ୟା ବାବଦରେ କହିବାକୁ ସାମ୍ନାକୁ ଆସୁନାହାଁନ୍ତି । ଅନ୍ୟପଟେ ଯାହା ଘର ସାମ୍ନାରେ ପୋଷ୍ଟର ଲାଗିଛି ସେମାନଙ୍କୁ ଲୋକମାନେ ଅଲଗା ଦୃଷ୍ଟିରେ ଦେଖୁଥିବାର ରାଜ୍ୟ ସରକାର ଅନୁଭବ କରିଛନ୍ତି । ତେଣୁ ପୋଷ୍ଟର ଗୁଡିକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେ ଆହୁରି ମଧ୍ୟ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ ଏବଂ ହୋମ-କ୍ବାରେଣ୍ଟାଇନ ଏବଂ ସଙ୍ଗରୋଧ ପାଇଁ ସମସ୍ତ ପ୍ରଯୁଜ୍ୟ ନିର୍ଦ୍ଦେଶାବଳୀ ପାଳନ କରନ୍ତୁ। ଏହି ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ବିପର୍ଯ୍ୟୟ ପରିଚାଳନା ଆଇନ, ମହାମାରୀ ରୋଗ ଆଇନ ଏବଂ ଆଇପିସି ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।