ଓଡିଶା

odisha

ETV Bharat / bharat

2019ରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା 5,614 ରୁ 4.78 ଲକ୍ଷକୁ ବୃଦ୍ଧି

2019 ରେ ସାରା ଦେଶରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା 5,614 ରୁ 4.78 ଲକ୍ଷକୁ ବୃଦ୍ଧି ପାଇଛି। ଏନେଇ ବୁଧବାର ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ସର୍ବଶେଷ ଆକଳନରେ ଜଣାପଡିଛି ।

By

Published : Sep 2, 2020, 8:12 PM IST

2019ରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା 5,614 ରୁ 4.78 ଲକ୍ଷକୁ ବୃଦ୍ଧି ପାଇଛି
2019ରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା 5,614 ରୁ 4.78 ଲକ୍ଷକୁ ବୃଦ୍ଧି ପାଇଛି

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଛି ଶିକ୍ଷିତ କଏଦୀଙ୍କ ସଂଖ୍ୟା । 2019 ରେ ସାରା ଦେଶରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା 5,614 ରୁ 4.78 ଲକ୍ଷକୁ ବୃଦ୍ଧି ପାଇଛି। ଏନେଇ ବୁଧବାର ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ସର୍ବଶେଷ ଆକଳନରେ ଜଣାପଡିଛି ।

2018 ରେ ଦେଶରେ 4,66,084 ଅନ୍ତେବାସୀଙ୍କ ମଧ୍ୟରୁ ଶିକ୍ଷିତଙ୍କ ସଂଖ୍ୟା 101,457 ରହିଥିଲା । ତେବେ 2019 ରେ ଏହି ସଂଖ୍ୟା 107,071 କୁ ବୃଦ୍ଧି ପାଇଛି। ଦେଶରେ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀମାନଙ୍କ ମଧ୍ୟରୁ କେବଳ 27.7 ପ୍ରତିଶତ ଅଶିକ୍ଷିତ ବୋଲି ଏନସିଆରବିର ରିପୋର୍ଟରେ ପ୍ରକାଶ ପାଇଛି ।

ଦେଶର ବିଭିନ୍ନ ଜେଲରେ ରହିଥିବା 4,78,600 କଏଦୀଙ୍କ ମଧ୍ୟରୁ 1,98,872 (41.6%) କଏଦୀ ଦଶମ ପର୍ଯ୍ୟନ୍ତ ପଢିଛନ୍ତି । ସେହିପରି ଦଶମରୁ ଅଧିକ ଏବଂ ସ୍ନାତକୋତ୍ତରରୁ କମ ପଢିଥିବା 1,03,036 (21.5%) କଏଦୀ ରହିଛନ୍ତି । ସେପଟେ 1,32,729 (27.7% ) ଅଶିକ୍ଷିତ କଏଦୀ ରହିଛନ୍ତି । ଏନସିଆରବି ତଥ୍ୟ ଅନୁଯାୟୀ, 2019 ମସିହାରେ ଦେଶରେ ମୋଟ 1,14,262 କଏଦୀ ଶିକ୍ଷିତ ହୋଇଥିଲେ।

ଏନସିଆରବି କହିଛନ୍ତି ଯେ, ମୋଟ ଶିକ୍ଷିତ କଏଦୀଙ୍କ ମଧ୍ୟରୁ 47,860ଙ୍କୁ ପ୍ରାଥମିକ ଶିକ୍ଷା, 44,438 ବୟସ୍କ ଶିକ୍ଷା, 11,917 କଏଦୀଙ୍କୁ ଉଚ୍ଚଶିକ୍ଷା ଏବଂ 10,047 କଏଦୀଙ୍କୁ କମ୍ପ୍ୟୁଟର କ୍ଷେତ୍ରରେ ଶିକ୍ଷା ଦିଆଯାଇଥିଲା। ରାଜ୍ୟଗୁଡିକ ମଧ୍ୟରେ ଯଥାକ୍ରମେ 4,740 ଏବଂ 13,633 କଏଦୀଙ୍କୁ କମ୍ପ୍ୟୁଟର ଏବଂ ପ୍ରାଥମିକ ଶିକ୍ଷା ଯୋଗାଇବାରେ ତେଲେଙ୍ଗାନା ଶୀର୍ଷରେ ଥିଲା । ଉତ୍ତରପ୍ରଦେଶ ଏବଂ ଝାଡଖଣ୍ଡରେ 9,654 ଏବଂ 2,993 କଏଦୀ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଶିକ୍ଷିତ ହୋଇଥିଲେ।

ABOUT THE AUTHOR

...view details