ଓଡିଶା

odisha

ETV Bharat / bharat

ସୀମା ସଂଘର୍ଷକୁ ନେଇ ପୁଣି ଭାରତକୁ ଦୋଷ ଦେଲା ଚୀନ

ନିକଟରେ ହୋଇଥିବା ସୀମା ସଂଘର୍ଷରେ କୌଣସି ଭାରତୀୟ ସୈନିକଙ୍କର ମୃତ୍ୟୁ ହୋଇନାହିଁ । ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଉଭୟ ଦେଶ ମଧ୍ୟରେ ହୋଇଥିବା ସହମତି ଉଲ୍ଲଂଘନ କରିଛି ବୋଲି ଚୀନ ଦାବି କରିଛି ।

By

Published : Sep 2, 2020, 5:10 PM IST

ସୀମା ସଂଘର୍ଷକୁ ନେଇ ପୁଣି ଭାରତ ମୁଣ୍ଡରେ ଦୋଷ ବୋଳିଲା ଚୀନ
ସୀମା ସଂଘର୍ଷକୁ ନେଇ ପୁଣି ଭାରତ ମୁଣ୍ଡରେ ଦୋଷ ବୋଳିଲା ଚୀନ

ବେଜିଂ: ପୂର୍ବ ଲଦାଖର ଚୁଲୁସ ଅଞ୍ଚଳରେ ସୀମାକୁ କେନ୍ଦ୍ର କରି ଭାରତ-ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ଉତ୍ତେଜନା ବଢିବାରେ ଲାଗିଛି । ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ପାର୍ଶ୍ବରେ ଗତ ଅଗଷ୍ଟ 29 ଏବଂ 30 ତାରିଖ ରାତିରେ ଚୀନ ସେନା ଅତିକ୍ରମ କରୁଥିଲେ । ଏହି ସମୟରେ ଭାରତୀୟ ସେନା ଚୀନ ସେନାକୁ ଉଚିତ ଜବାବ ଦେଇ ସେଠାରୁ ବିଦା କରିଥିଲେ । ତେବେ ଚୀନ ନିଜ ଦୋଷ ସ୍ବୀକାର କରିବା ବଦଳରେ ଭାରତ ଉପରେ ପାଲଟା ଅଭିଯୋଗ କରୁଛି । ଏନେଇ ଚୀନ ବୈଦେଶିକ ମନ୍ତ୍ରାଳୟର ବୟାନ ସାମ୍ନାକୁ ଆସିଛି । ଦକ୍ଷିଣ ପାଙ୍ଗଙ୍ଗ ସୋ ନିକଟରେ ଚୀନ ସୈନିକଙ୍କ ଆକ୍ରମଣ ଉଦ୍ୟମରେ କୌଣସି ଭାରତୀୟ ସୈନ୍ୟଙ୍କ ପ୍ରାଣହାନୀ ହୋଇନାହିଁ ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ।

ଏଥିସହ ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଉଭୟ ଦେଶ ମଧ୍ୟରେ ହୋଇଥିବା ସହମତି ଉଲ୍ଲଂଘନ କରିଛି ବୋଲି ସେ ଦାବି କରିଛନ୍ତି । ଚୀନ-ଭାରତ ସୀମାର ପଶ୍ଚିମ ଭାଗରେ ଭାରତ ବାରମ୍ବାର ଗୁରୁତ୍ୱପୂର୍ଣ୍ଣ ସହମତି ଉଲ୍ଲଂଘନ କରିଛି। ଏକପାଖିଆ ଭାବରେ ବଳପୂର୍ବକ ସ୍ଥିତି ବଦଳାଇ ସୀମା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ଏହି ଦାୟିତ୍ବ ସମ୍ପୂର୍ଣ୍ଣ ରୂପେ ଭାରତୀୟ ପକ୍ଷ ଉପରେ ରହିଛି ବୋଲି ସେ କହିଛନ୍ତି । ଏଥିସହ ଭାରତୀୟ ସେନା ପକ୍ଷରୁ ଚୀନ ସେନାକୁ ଉସୁକାଇବା ଭଳି କାର୍ଯ୍ୟକଳାପ ତୁରନ୍ତ ବନ୍ଦ ହେଉ ବୋଲି ସେ କହିଛନ୍ତି ।

ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଆହୁରି କହିଛନ୍ତି ଯେ, ଉତ୍ତେଜନାମୂଳକ ପରିସ୍ଥିତିକୁ ରୋକିବା ପାଇଁ ଚୀନ ସୈନ୍ୟ ସଂଯମତା ପ୍ରଦର୍ଶନ କରୁଛନ୍ତି। ଉଭୟ ପକ୍ଷ ସାମରିକ ଏବଂ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହାର ସମାଧାନ କରିବା ଉଚିତ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details