ଓଡିଶା

odisha

ETV Bharat / bharat

ପ୍ଲାଜମା ଥେରାପି କ୍ଲିନିକାଲ୍ ପରୀକ୍ଷା ଲିଷ୍ଟରେ ଦିଲ୍ଲୀର ନାହିଁ କୌଣସି ମେଡିକାଲ - ଆଇସିଏମଆର୍

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର୍) କୋରୋନା ବିରୋଧରେ ପ୍ଲାଜମା ଥେରାପିର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିଛି। ଆଇସିଏମ୍ଆର ଏଥିପାଇଁ ଦେଶର 21ଟି ଡାକ୍ତରଖାନା ଚୟନ କରିଛି। ମାତ୍ର ଏହି ଲିଷ୍ଟରେ ଦିଲ୍ଲୀରେ ଗୋଟିଏ ବି ଡାକ୍ତରଖାନା ନାହିଁ।

plasma therapy
ପ୍ଲାଜମା ଥେରାପି କ୍ଲିନିକାଲ୍ ପରୀକ୍ଷା ଲିଷ୍ଟର ଦିଲ୍ଲୀର ନାହିଁ କୌଣସି ମେଡିକାଲ

By

Published : May 9, 2020, 4:32 PM IST

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର୍) କୋରୋନା ବିରୋଧରେ ପ୍ଲାଜମା ଥେରାପିର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିଛି। ଆଇସିଏମ୍ଆର ଏଥିପାଇଁ ଦେଶର 21ଟି ଡାକ୍ତରଖାନା ଚୟନ କରିଛି। ମାତ୍ର ଏହି ଲିଷ୍ଟରେ ଦିଲ୍ଲୀରେ ଗୋଟିଏ ବି ଡାକ୍ତରଖାନା ନାହିଁ ।

ଏମ୍ସ ସମେତ 8ଟି ଡାକ୍ତରଖାନା ଏଥିପାଇଁ ଆବେଦନ କରିଥିଲେ । ତେବେ ଏହି ରାଣ୍ଡୋମାଇଜଡ୍ କଣ୍ଟ୍ରୋଲ୍ ଟ୍ରାଏଲ୍ କୋରୋନାରେ ଗମ୍ଭୀର ଥିବା ଆକ୍ରାନ୍ତଙ୍କ ଉପରେ ପରୀକ୍ଷା କରାଯିବ । ଯାହାର ଉଦ୍ଦେଶ୍ୟ ଏହି ଥେରାପିର ନିରାପତ୍ତା ଏବଂ ପ୍ରଭାବ ଚିହ୍ନଟ କରିବା ।

ତେବେ କୋରୋନାରେ ଗୁରୁତର ଥିବା ରୋଗୀଙ୍କ ଉପରେରେ ପ୍ଲାଜମା ଥେରାପୀ ପରୀକ୍ଷା ପାଇଁ ଅନୁମତି ମିଳିଛି। ଆଇସିଏମଆର 10ଟି ରାଜ୍ୟର 21 ଟି ଡାକ୍ତରଖାନାରେ ଏହି ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଯାହା କ୍ଲିନିକାଲ୍ ଟ୍ରାଏଲ୍ ରେଜିଷ୍ଟ୍ରି ଅଫ୍ ଇଣ୍ଡିଆ (ସିଟିଆରଆଇ)ରେ ପଞ୍ଜୀକୃତ ହୋଇଛି ।

ବର୍ତ୍ତମାନ ଏହି ପରୀକ୍ଷା ପାଇଁ 452 ସଂକ୍ରମିତ ରୋଗୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି | ଆଇସିଏମଆର ଅନୁଯାୟୀ, ଦିଲ୍ଲୀ ଏମ୍ସ ସମେତ ଦେଶର 111 ଟି ମେଡିକାଲରୁ ଏହି ପରୀକ୍ଷା ପାଇଁ ଆବେଦନ ଗ୍ରହଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ କେବଳ 21ଟି ଡାକ୍ତରଖାନାକୁ ଅନୁମୋଦନ ମିଳିଛି । ତେବେ ଏହି ଡାକ୍ତରଖାନାଗୁଡ଼ିକୁ ଅଧିକ ସମୟ ଦିଆଯାଇଛି । କିନ୍ତୁ 400 ରୋଗୀଙ୍କ ପଞ୍ଜୀକରଣ ସମାପ୍ତ ହେବା ପରେ ଡାକ୍ତରଖାନା ସଂଖ୍ୟା ବୃଦ୍ଧି କରାଯିବ ନାହିଁ।

ଏହି ପରୀକ୍ଷାରେ ମହାରାଷ୍ଟ୍ରର ସର୍ବାଧିକ 5 ଡାକ୍ତରଖାନା, ଗୁଜୁରାଟର 4, ମଧ୍ୟପ୍ରଦେଶରେ 2, ରାଜସ୍ଥାନର 2, ୟୁପିର 2, ତାମିଲନାଡୁର 2, ପଞ୍ଜାବର ଗୋଟିଏ, କର୍ଣ୍ଣାଟକରେ, ତେଲେଙ୍ଗାନା ଏବଂ ଚଣ୍ଡିଗଡ଼ରେ ସର୍ବାଧିକ 5 ଡାକ୍ତରଖାନା ଅନ୍ତର୍ଭୁକ୍ତ। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି କି ପ୍ଲାଜମା ଥେରାପୀ ପାଇଁ ସଠିକ ପରୀକ୍ଷାର ଆବଶ୍ୟକ ରହିଛି । ଏଥିପାଇଁ ଆଇସିଏମଆରର ବୈଜ୍ଞାନିକମାନେ ପରୀକ୍ଷା ଉପରେ ନଜର ରଖିବେ।

ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଅନେକ ହସ୍ପିଟାଲକୁ ବ୍ୟକ୍ତିଗତ ସ୍ତରରେ ପ୍ଲାଜମା ଥେରାପି ପରିକ୍ଷା ପାଇଁ ଅନୁମତି ମିଳିଥିଲା । କିନ୍ତୁ ଏହାର ଫଳାଫଳର ଭଲ ନହେବା କାରଣରୁ ଆଇସିଏମଆର ଅଧିନରେ ଏହି ପରୀକ୍ଷା କରାଯିବ । ତେବେ ଏହି ଥେରାପି ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲର ଜଣେ ରୋଗୀ ଉପରେ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ରୋଗୀ ଜମଙ୍କ ସୁସ୍ଥ ମଧ୍ୟ ହୋଇଥିଲେ ।

ABOUT THE AUTHOR

...view details