ୱାଶିଂଟନ : ଭାରତ-ଚୀନ ସୀମା ବିବାଦରେ ଭାରତକୁ ସମର୍ଥନ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ବିବାଦ ପାଇଁ ଚୀନକୁ ଦାୟୀ କରି ଅନେକ ଥର ଚୀନ ଉପରେ ବର୍ଷିଛନ୍ତି ମଧ୍ୟ ଟ୍ରମ୍ପ । ହେଲେ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଅଧିକ ହେଲେ ଟ୍ରମ୍ପ ଚୀନ ବିରୋଧରେ ଭାରତକୁ ସମର୍ଥନ କରିବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍ଟନ୍ କହିଛନ୍ତି।
ବୋଲଟନ୍ ଏକ ସାକ୍ଷାତକାରରେ କହିଛନ୍ତି, ଚୀନ ଜାପାନ, ଭାରତ ଏବଂ ଅନ୍ୟମାନଙ୍କ ସହ ବିବାଦ ବଢାଇ ସମ୍ପର୍କ ହ୍ରାସ କରୁଛି । ତେବେ ଚୀନ ବିରୋଧରେ ଟ୍ରମ୍ପ ଭାରତକୁ ସମର୍ଥନ କରିବା ନେଇ ବୋଲଟନ୍ କହିଛନ୍ତି, ସୀମା ସଂଘର୍ଷର ଗରୁତ୍ବକୁ ସେ କେତେ ମାତ୍ରାରେ ଉପଲବ୍ଧି କରନ୍ତି, ତାହା ମୁଁ ଜାଣିନାହିଁ। ଭାରତ ଓ ଚୀନ ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ସଂଘର୍ଷର ଇତିହାସ ବିଷୟରେ ସେ କିଛି ଜାଣିଥିବେ କି ନାହିଁ, ତାହା ମଧ୍ୟ କହିହେବନାହିଁ । ବାସ୍ତବରେ ଇତିହାସ ତାଙ୍କୁ ମନେ ରୁହେନାହିଁ ବୋଲି ବୋଲଟନ୍ କହିଛନ୍ତି ।