ଓଡିଶା

odisha

ETV Bharat / bharat

ଜୁଲାଇ 14 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆକୁ ଉଡିବନି ବନ୍ଦେ ଭାରତ ମିଶନ ବିମାନ

ଜୁଲାଇ 14 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ବିଭିନ୍ନ ଗନ୍ତବ୍ୟ ସ୍ଥଳ ପାଇଁ ଧାର୍ଯ୍ୟ ହୋଇଥିବା ବନ୍ଦେ ଭାରତ ମିଶନ ଅଧୀନର ସମସ୍ତ ବିମାନକୁ କୋରୋନା କାରଣରୁ ସ୍ଥଗିତ ରଖାଯାଇଛି।

_bande bharat mission
ଜୁଲାଇ 14 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆକୁ ଚଳାଚଳ କରିବନି ବନ୍ଦେ ଭାରତ ମିଶନର ବିମାନ

By

Published : Jul 5, 2020, 3:42 PM IST

ନୂଆଦିଲ୍ଲୀ: ଜୁଲାଇ 14 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ବିଭିନ୍ନ ଗନ୍ତବ୍ୟ ସ୍ଥଳ ପାଇଁ ଧାର୍ଯ୍ୟ ହୋଇଥିବା ବନ୍ଦେ ଭାରତ ମିଶନ ଅଧୀନର ସମସ୍ତ ବିମାନକୁ କୋରୋନା କାରଣରୁ ସ୍ଥଗିତ ରଖାଯାଇଛି।

ଏୟାର ଇଣ୍ଡିଆ ଏକ ବିବୃତ୍ତିରେ କହିଛି ଯେ, କୋରୋନା କାରଣରୁ ଅଷ୍ଟ୍ରେଲିଆରେ ଆନ୍ତର୍ଜାତୀୟ ବିମାନ ଉପରେ ପ୍ରତିବନ୍ଧକ ଯୋଗୁଁ ଅଷ୍ଟ୍ରେଲିଆରୁ ବନ୍ଦେ ଭାରତ ମିଶନର ପରବର୍ତ୍ତୀ ଫେଜରେ ବିମାନ ପୁନଃସୂଚୀ କରାଯାଇଛି। ଜାତୀୟ ପରିବହନକାରୀଙ୍କ ଅନୁଯାୟୀ, ବର୍ତ୍ତମାନ ସମସ୍ତ ପୁନଃନିର୍ମିତ ବିମାନ ଜୁଲାଇ 15ରୁ ଚଳାଚଳ କରିବ ।

ଗତ ମାସ ଶେଷରେ, ଏୟାର ଇଣ୍ଡିଆ ବନ୍ଦେ ଭାରତ ମିଶନ ଅଧୀନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଠଟି ବିମାନ ଉଡ଼ାଣ ଘୋଷଣା କରିଥିଲା। ଏହି ବିମାନଗୁଡ଼ିକ ଜୁଲାଇ 1 ରୁ ଜୁଲାଇ 14 ପର୍ଯ୍ୟନ୍ତ ଚଳାଚଳ କରିବାର କାର୍ଯ୍ୟକ୍ରମ ଥିଲା।

ପ୍ରକାଶ ଥାଉକି, ବନ୍ଦେ ଭାରତ ମିଶନର ଚତୁର୍ଥ ପର୍ଯ୍ୟାୟ ଜୁଲାଇ 3ରୁ ଆରମ୍ଭ ହୋଇଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, 700ରୁ ଅଧିକ ବିମାନ ପ୍ରାୟ 1.50 ଲକ୍ଷ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିଛି ।

ABOUT THE AUTHOR

...view details