ଶ୍ରୀନଗର: ଧାରା 370ର ଉପଧାରା ଉଚ୍ଛେଦ ପରେ ଏପର୍ଯ୍ୟନ୍ତ କାଶ୍ମୀର ଘାଟିରେ ଫାୟାରିଂ ହୋଇନାହିଁ । ଘାଟିରେ ଫାୟାରିଂ ହୋଇଥିବା ନେଇ ଅନ୍ତର୍ଜାତୀୟ ମିଡିଆରେ ଖବର ପ୍ରକାଶ ପାଇବା ପରେ ଏପରି କହିଛି କାଶ୍ମୀର ପୋଲିସ । ଆଇଜି ସ୍ବୟଂ ପ୍ରକାଶ ପାଣି ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ଏପରି କୌଣସି ଘଟଣା ଘାଟିରେ ଘଟି ନାହିଁ ବୋଲି କହିଛନ୍ତି ।
‘ଘାଟିରେ ଫୁଟିନି ଗୁଳି’
ଧାରା 370ର ଉପଧାରା ଉଚ୍ଛେଦ ପରେ ଏପର୍ଯ୍ୟନ୍ତ କାଶ୍ମୀର ଘାଟିରେ ଫାୟାରିଂ ହୋଇନାହିଁ । ଘାଟିରେ ଫାୟାରିଂ ହୋଇଥିବା ନେଇ ଅନ୍ତର୍ଜାତୀୟ ମିଡିଆରେ ଖବର ପ୍ରକାଶ ପାଇବା ପରେ ଏପରି କହିଛି କାଶ୍ମୀର ପୋଲିସ ।
ଫଟୋ ସୌଜନ୍ୟ: ଏଏନଆଇ
ଆଇଜି ଏକ ଭିଡିଓ ଜାରି କରି ଏହା ମିଥ୍ୟା ଖବର ବୋଲି କହିଛନ୍ତି । ଏହାସହ ଘାଟିରେ ଶାନ୍ତି ବଜାୟ ଅଛି ବୋଲି ସେ କହିଛନ୍ତି । ସୂଚନା ଥାଉକି, ଧାରା 370ର ଉପଧାରା ଉଠିବାକୁ ନେଇ ସେଠାରେ ପ୍ରଥମେ 144 ଧାରା ଲାଗୁ କରାଯାଇଥିଲା । ପରେ କିଛି ଜିଲ୍ଲାରୁ ଏହାକୁ ଉଠାଇ ଦିଆଯାଇଛି । ତେବେ ବର୍ତ୍ତମାନ ସେଠାକାର ପରିସ୍ଥିତି ନିୟନ୍ତ୍ରଣ ଥିବା ଜଣାପଡିଛି । ଲୋକମାନେ ବଜାର ଯାଇ ଦୈନଦିନ ବ୍ୟବହାର ଯୋଗ୍ୟ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳୁଛି ।