ଓଡିଶା

odisha

ETV Bharat / bharat

'ଦେଶରେ ନିଷେଧ ହେଉ ମଦ'

ବିହାରରେ ମଦକୁ ନିଷିଦ୍ଧ କରିବା ନିଷ୍ପତ୍ତି ବେଶ ସକରାତ୍ମକ। ଆଉ ଏହାର ସକରାତ୍ମକ ପ୍ରଭାବ ମଧ୍ୟ ପଡିଛି। ଏପରି ନିଷ୍ପତ୍ତି ସମଗ୍ର ଦେଶରେ ଲାଗୁ ହେବାର ଆବଶ୍ୟକତା ରହିଛି। ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହୋଇଥିବା ମଦମୃତ୍ୟୁ ଘଟଣା ତାଙ୍କୁ ବହୁତ କଷ୍ଟ ଦେଇଥିବା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ।

By

Published : Feb 12, 2019, 2:17 PM IST

ଫାଇଲ ଫଟୋ

ପାଟନା: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହୋଇଥିବା ମଦମୃତ୍ୟୁ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। କେବଳ ଦୁଃଖପ୍ରକାଶ କରିନାହାଁନ୍ତି, ବରଂ ଏଭଳି ସମସ୍ୟାର ସମାଧାନ କଥା ବି କହିଛନ୍ତି। ସମସ୍ତ ରାଜ୍ୟରେ ମଦକୁ ନିଷିଦ୍ଧ କରିବା ପାଇଁ ମତ ରଖିଛନ୍ତି ନୀତିଶ।

ସୋମବାର ସାମ୍ବାଦିକଙ୍କ ସହ କଥାବାର୍ତ୍ତା ହେବା ବେଳେ ନୀତିଶ କହିଥିଲେ, ବିହାରରେ ମଦକୁ ନିଷିଦ୍ଧ କରିବା ନିଷ୍ପତ୍ତି ବେଶ ସକରାତ୍ମକ। ଆଉ ଏହାର ସକରାତ୍ମକ ପ୍ରଭାବ ମଧ୍ୟ ପଡିଛି। ଏପରି ନିଷ୍ପତ୍ତି ସମଗ୍ର ଦେଶରେ ଲାଗୁ ହେବାର ଆବଶ୍ୟକତା ରହିଛି। ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହୋଇଥିବା ମଦମୃତ୍ୟୁ ଘଟଣା ତାଙ୍କୁ ବହୁତ କଷ୍ଟ ଦେଇଥିବା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ।

ନୀତିଶ କହିଥିଲେ, ବହୁ ରାଜ୍ୟରେ ମଦବନ୍ଦ କରିବାକୁ ଆନ୍ଦୋଳନ ଚାଲିଛି। କିଛି ରାଜ୍ୟରେ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ମଦମୁକ୍ତ କରିବାକୁ ଘୋଷଣା କରୁଛନ୍ତି ରାଜନୈତିକ ଦଳ। ଯଦି ସତରେ ସମଗ୍ର ଦେଶରେ ଏହାକୁ ଲାଗୁ କରାଯାଏ, ଫଳାଫଳ ବେଶ ସକରାତ୍ମକ ହେବ ବୋଲି କହିଛନ୍ତି ନୀତିଶ।

ABOUT THE AUTHOR

...view details