ଓଡିଶା

odisha

ETV Bharat / bharat

କୋରୋନାର କେବେ ଶେଷ ହେବ ତାହା କହିବା କଷ୍ଟକର: ନିର୍ମଳା ସୀତାରମଣ

ଏକ ଘରୋଇ ଖବରକାଗଜକୁ ଦେଇଥିବା ଇଣ୍ଟରଭ୍ୟୁରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ ଭିନ୍ନ ଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରୁଛି ଏବଂ କୋରୋନା ମହାମାରୀ କେବେ ଶେଷ ହେବ ସେ ବିଷୟରେ କିଛି ନିଶ୍ଚିତ ହୋଇପାରିବ ନାହିଁ।

କୋରୋନା ମହାମାରୀ କେବେ ଶେଷ ହେବ ତାହା ସ୍ପଷ୍ଟ ନାହିଁ
କୋରୋନା ମହାମାରୀ କେବେ ଶେଷ ହେବ ତାହା ସ୍ପଷ୍ଟ ନାହିଁ

By

Published : Sep 28, 2020, 12:48 PM IST

ନୂଆଦିଲ୍ଲୀ: ସମଗ୍ର ଦେଶ ଦୀର୍ଘ 7 ମାସ ହେବ କୋରୋନା ବିରୋଧରେ ଲଢେଇ ଜାରି ରଖିଛି । ମହାମାରୀ କାରଣରୁ ଦେଶରେ ଲାଗୁ କରାଯାଇଥିବା ଲକଡାଉନ କାରଣରୁ ଗତ ଏପ୍ରିଲରୁ ଜୁନ୍ ମାସରେ ଦେଶର ଜିଡିପି 23.9 ପ୍ରତିଶତକୁ ହ୍ରାସ ପାଇଛି। ଏହା ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱୀକାର କରିଛନ୍ତି ଯେ ବର୍ତ୍ତମାନ ମଧ୍ୟ ଅର୍ଥବ୍ୟବସ୍ଥା ସାମ୍ନାରେ ଏବେବି ସ୍ଥିତି ସମାନ ରହିଛି।

ଏକ ଘରୋଇ ଖବରକାଗଜକୁ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଛନ୍ତି, ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ ଭିନ୍ନ ଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରୁଛି ଏବଂ କୋରୋନା ମହାମାରୀ କେବେ ଶେଷ ହେବ ସେ ବିଷୟରେ କିଛି ନିଶ୍ଚିତ ହୋଇପାରିବ ନାହିଁ। ବିଶେଷ କରି ଯେତେବେଳେ ଏହାର କୌଣସି ଟିକା ଆସିନାହିଁ। 6 ମାସ ମଧ୍ୟରେ ଚ୍ୟାଲେଞ୍ଜ କମ ହୋଇନାହିଁ । ବରଂ ଚ୍ୟାଲେଞ୍ଜ ଗୁଡିକର ମାର୍ଗ ବଦଳିଛି । ଏଣୁ ସମସ୍ୟାର ସମାଧାନ ପାଇଁ ମନ୍ତ୍ରଣାଳୟ ଆକ୍ସନମୋଡରେ ପଦକ୍ଷେପ ଗ୍ରହଣ କରୁଛି ।

ସେ ଆହୁରୀିମଧ୍ୟ କହିଛନ୍ତି, ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କାରଣରୁ କୋରୋନା ମାମଲା ପ୍ରତି ମିଲିୟନରେ ହ୍ରାସ ପାଇଛି ଏବଂ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି । କିନ୍ତୁ କୋରୋନା ଏବେବି ଚିନ୍ତାର କାରଣ ହୋଇ ରହିଛି । ଏଣୁ ଲୋକମାନେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ଧୋଇବା ଆଦି ପାଳନ କରିବା ଉଚିତ୍ ।

କୋରୋନାର ସମ୍ପୂର୍ଣ୍ଣ ପ୍ରଭାବଶାଳୀ କୌଣସି ଔଷଧ ନାହିଁ। କୋରୋନା ଶେଷ ହେବାର ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ତାରିଖ ସ୍ପଷ୍ଟ ନାହିଁ । କେତେକ ସ୍ଥାନରେ ଲୋକମାନେ ସୁସ୍ଥ ହେବା ପରେ ମଧ୍ୟ ପୁଣି କୋରୋନାରେ ସଂକ୍ରମିତ ହେଉଛନ୍ତି । ଏଣୁ ଏଭଳି ସଙ୍କଟ ସମୟରେ ସମସ୍ତ ଲୋକ ସୁରକ୍ଷା ସହ ସଚେତନ ରହିବା ଆବଶ୍ୟକ ରହିଛି ।

ABOUT THE AUTHOR

...view details