ଓଡିଶା

odisha

ETV Bharat / bharat

ସରକାରୀ କର୍ମଚାରୀଙ୍କୁ ଅର୍ଥମନ୍ତ୍ରୀଙ୍କ ଉପହାର ଭେଟି

ପାର୍ବଣ ଋତୁ ଆସିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି ଉପହାର । ଅଧିକ ପଢନ୍ତୁ...

ସରକାରୀ କର୍ମଚାରୀଙ୍କୁ ପୂଜା ଉପହାର ଦେଲେ ଅର୍ଥମନ୍ତ୍ରୀ
ସରକାରୀ କର୍ମଚାରୀଙ୍କୁ ପୂଜା ଉପହାର ଦେଲେ ଅର୍ଥମନ୍ତ୍ରୀ

By

Published : Oct 12, 2020, 3:22 PM IST

ନୂଆଦିଲ୍ଲୀ: ପାର୍ବଣ ଋତୁ ଆସିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଭେଟି ଦେଇଛନ୍ତି। ସେ କହିଛନ୍ତି ଯେ, କୋରୋନାର ପ୍ରଭାବ ଅର୍ଥନୀତି ଉପରେ ପଡିଛି । ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ୍ ମାଧ୍ୟମରେ ଗରିବଙ୍କ ପାଇଁ ସାମାନ୍ୟ ଛାଡ ଯୋଗାଇ ଦିଆଯାଇଛି। କିନ୍ତୁ ଗ୍ରାହକଙ୍କ ଚାହିଦା ଉପରେ ଏହାର ପ୍ରଭାବ ଜାରି ରହିଛି । ଗ୍ରାହକଙ୍କ ଚାହିଦା ବଢାଇବା ପାଇଁ ଦୁଇଟି ଯୋଜନା ଆରମ୍ଭ କରାଯାଇଛି । ପ୍ରଥମଟି ହେଉଛି ଏଲଟିସି କ୍ୟାଶ୍ ଭାଉଚର ସ୍କିମ ଏବଂ ଦ୍ୱିତୀୟଟି ହେଉଛି ଫେଷ୍ଟିଭାଲ୍ ସ୍କିମ୍ ।

ସରକାରୀ କର୍ମଚାରୀଙ୍କୁ ପୂଜା ଉପହାର ଦେଲେ ଅର୍ଥମନ୍ତ୍ରୀ

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏଲଟିସି କ୍ୟାଶ୍ ଭାଉଚର ସ୍କିମ ମାଧ୍ୟମରେ ଛୁଟି ବଦଳରେ କର୍ମଚାରୀମାନେ ରେଳ କିମ୍ବା ବିମାନ ଭଡାର 3 ଗୁଣ ମୂଲ୍ୟର ସାମଗ୍ରୀ କିଣି ପାରିବେ। ଏହି ଭାଉଚରଗୁଡିକ କେବଳ ଦ୍ରବ୍ୟ କିମ୍ବା ସେବା ପାଇଁ ବ୍ୟବହୃତ ହୋଇପାରିବ । ଯାହାପାଇଁ 12% କିମ୍ବା ଅଧିକ ଜିଏସଟି ଲାଗିବ । କର୍ମଚାରୀମାନଙ୍କୁ ସେମାନଙ୍କ ଖର୍ଚ୍ଚ ସହିତ ଜିଏସଟି ବିଲ୍ ମଧ୍ୟ ଉପସ୍ଥାପନ କରିବାକୁ ପଡିବ । ତେବେ ଏଲଟିସି ପାଇଁ ସରକାର 5,675 କୋଟି ଟଙ୍କା ଖର୍ଚ୍ଚ କରିବେ ।

ସେହିପରି ଫେଷ୍ଟିଭାଲ ଆଡଭାନ୍ସ ସ୍କିମ ଅଧିନରେ ସରକାର କର୍ମଚାରୀମାନଙ୍କୁ 10 ହଜାର ଟଙ୍କା ଫେଷ୍ଟିଭାଲ ଆଡଭାନ୍ସ ଦେବେ । ଅର୍ଥନୀତିରେ ଚାହିଦାକୁ ଉତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ପୁଞ୍ଜି ବ୍ୟୟ ଅର୍ଥନୀତି ଉପରେ ବହୁତ ପ୍ରଭାବ ପକାଇଥାଏ। ଆଜି(ସୋମବାର) କରାଯାଇଥିବା ଘୋଷଣାରେ ମୋଟ 28000 କୋଟି ଟଙ୍କା ସହିତ ଚାହିଦା ବୃଦ୍ଧି କରିବାରେ ସହାୟକ ହେବ ।

ABOUT THE AUTHOR

...view details