ଓଡିଶା

odisha

ETV Bharat / bharat

ଦ୍ବିତୀୟ ଇନିଂସରେ ଦ୍ବିତୀୟ ରେକର୍ଡ - first women finance minister

ଗତ ସରକାରରେ ଦେଶର ପ୍ରଥମ ମହିଳା ରକ୍ଷାମନ୍ତ୍ରୀ ନିର୍ମଳ ସୀତାରମଣ ଭାବେ ରେକର୍ଡ କରିଥିବା ବେଳେ ସେ ଆଉ ଏକ ଇତିହାସ ରଚିଛନ୍ତି ।

ଫାଇଲ ଫଟୋ

By

Published : May 31, 2019, 3:01 PM IST

ନୂଆଦିଲ୍ଲୀ: ରାଜନୀତିରେ ରେକର୍ଡ କଲେ ନିର୍ମଳା ସୀତାରମଣ । ମୋଦିଙ୍କ 2 ଟି ଯାକ ପାଳିରେ ସେ ପ୍ରଥମ ମହିଳା ଭେବେ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ସମ୍ଭାଳି ରେକର୍ଡ କରିଛନ୍ତି । 2014 ସରକାରରେ ସେ ଦେଶର ପ୍ରଥମ ରକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ବେଳେ ଚଳିତ ଥର ତାଙ୍କୁ ଅର୍ଥମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ଏହା ସହିତ ସେ ଦେଶର ଦ୍ବିତୀୟ ମହିଳା ଅର୍ଥମନ୍ତ୍ରୀ ପାଲଟିଛନ୍ତି । ପୂର୍ଣ୍ଣ ରୂପରେ ଅର୍ଥମନ୍ତ୍ରାଳୟ ସମ୍ଭାଳିବେ ନିର୍ମଳା ।

ପୂର୍ବରୁ 1970-71 ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦବୀ ସହ ଅର୍ଥ ମନ୍ତ୍ରାଳୟ ନିଜ ପାଖରେ ରଖିଥିଲେ । ଏହା ପୂର୍ବରୁ ସୀତାରମଣ ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ରକ୍ଷାମନ୍ତ୍ରାଳୟର ଦାୟିତ୍ବ ତୁଲାଇ ଦେଶର ପ୍ରଥମ ମହିଳା ରକ୍ଷାମନ୍ତ୍ରୀ ପାଲଟିଥିଲେ ।

ମୋଦି ଦ୍ବିତୀୟ ପାଳିରେ ମନ୍ତ୍ରିମଣ୍ଡଳର ଦାୟିତ୍ବ ବାଣ୍ଟିଛନ୍ତି । ସେ ନିର୍ମଳା ସୀତାରମଣଙ୍କୁ ଅର୍ଥପେଡିର ଚାବିକାଠି ହସ୍ତାନ୍ତର କରିଥିଲା ବେଳେ ରାଜନାଥ ସିଂହଙ୍କୁ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରାଳୟ। ସେହିପରି ଅମିତ ଶାହା ସମ୍ଭାଳିବେ ଗୃହ ମନ୍ତ୍ରାଳୟ ।

ABOUT THE AUTHOR

...view details