ଓଡିଶା

odisha

ETV Bharat / bharat

ନିର୍ଭୟା ଗଣଦୁଷ୍କର୍ମ ମାମଲା: ପୁଣି ଟଳିପାରେ ଫାଶୀ ତାରିଖ! - ନିର୍ଭୟା ଗଣଦୁଷ୍କର୍ମ

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କ ଫାଶୀ ତାରିଖ ପୁଣି ଥରେ ଘୁଞ୍ଚିବାର ସମ୍ଭାବନା ରହିଛି। ଯଦି 4ଜଣଙ୍କ ମଧ୍ୟରୁ କୌଣସି ଜଣେ ଦୋଷୀଙ୍କ ଦୟା ଯାଚିକା ଦୀର୍ଘ ଦିନ ପାଇଁ କୋର୍ଟରେ ପଡି ରହେ, ତାହେଲେ କାହାକୁ ମଧ୍ୟ ଫାଶୀ ଦିଆଯାଇ ପାରିବ ନାହିଁ।

ନିର୍ଭୟା ଗଣଦୁଷ୍କର୍ମ
ନିର୍ଭୟା ଗଣଦୁଷ୍କର୍ମ

By

Published : Jan 18, 2020, 3:27 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କ ପାଇଁ ନୂଆ ଡେଥ୍‌ ଓ୍ବାରଣ୍ଟ ଜାରି କରାଯାଇଛି। ପଟିଆଲା ହାଉସ କୋର୍ଟ ଏବେ ଫେବୃଆରୀ 1 ତାରିଖ ସକାଳ 6 ଟାରେ ଫାଶୀ ଦେବାକୁ ଆଦେଶ ଦେଇଛନ୍ତି। ହେଲେ ପୁଣି ଥରେ ଫାଶୀ ତାରିଖ ଘୁଞ୍ଚିବା ନେଇ ଅନୁମାନ କରାଯାଉଛି।

ଦୋଷୀଙ୍କୁ ଅତି ଶୀଘ୍ର ଫାଶୀ ଦେବା ଲାଗି ଯାଚିକା ଦାଏର କରିଥିବା ଓକିଲ ଅଲଖ ଆଲୋକ ଶ୍ରୀବାସ୍ତବ କହିଛନ୍ତି ଯେ, ଯଦି 4ଜଣଙ୍କ ମଧ୍ୟରୁ କୌଣସି ଜଣେ ଦୋଷୀଙ୍କ ଦୟା ଯାଚିକା ଦୀର୍ଘ ଦିନ ପାଇଁ କୋର୍ଟରେ ପଡି ରହିଥାଏ, କାହାକୁ ଫାଶୀ ଦିଆଯାଇ ପାରିବ ନାହିଁ। ଏବେ 3 ଜଣ ଦୋଷୀଙ୍କ ପାଖରେ ଦୟା ଯାଚିକା ଦାଏର କରିବାର ବିକଳ୍ପ ରହିଛି।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନିର୍ଭୟାଙ୍କ 4 ଦୋଷୀଙ୍କ ମଧ୍ୟରୁ ଜଣଙ୍କର ହିଁ ଦୟା ଯାଚିକା ଖାରଜ ହୋଇଛି। ବାକି 3ଜଣ ଏବେ ବି ଦୟା ଯାଚିକା ଦାଏର କରି ନାହାଁନ୍ତି। 2ଜଣ କ୍ୟୁରେଟିଭ ପିଟିସନ ଭରି ନାହାଁନ୍ତି। ଏବେ ଯଦି ଅଲଗା ଅଲଗା ତିଥିରେ କ୍ୟୁରେଟିଭ ପିଟିସନ ଓ ଦୟା ଯାଚିକା ଦାଏର କରାଯାଏ, ତାହେଲେ ଫାଶୀ ତାରିଖ ଘୁଞ୍ଚିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details