ହାଇଦ୍ରାବାଦ: 2012 ମସିହାର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲା । ନିଆଁ ପରି ସାରା ଦେଶରେ ବ୍ୟାପିଥିଲା ଏହି ଅମାନବୀୟ କାଣ୍ଡର ନିନ୍ଦା । ତେଣେ କୋଟି କୋଟି ଦେଶବାସୀଙ୍କ ସମର୍ଥନରେ ଏହି ମାମଲାରେ ଦିନରାତି ପରିଶ୍ରମ କରି ଶେଷରେ ନ୍ୟାୟ ଦେଇଥିଲେ କାର୍ଯ୍ୟରତ ଭାରତୀୟ ପୋଲିସ ଅଫିସର ଛାୟା ଶର୍ମା। ଯାହାଙ୍କର ଏହି ନିଷ୍ଠାପର ଉଦ୍ୟମକୁ ମିଳିବାକୁ ଯାଉଛି ‘ଏସିଆ ଗେମ ଚେଞ୍ଜର୍ସ ଆୱାର୍ଡ-2019’ ।
ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଫିସର ଇନଚାର୍ଜଙ୍କୁ ‘ଏସିଆ ଗେମ ଚେଞ୍ଜର୍ସ ଆୱାର୍ଡ-2019’
2012 ମସିହାର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲା । ଏହି ମାମଲାରେ ଦିନରାତି ପରିଶ୍ରମ କରି ଶେଷରେ ନ୍ୟାୟ ଦେଇଥିଲେ କାର୍ଯ୍ୟରତ ଭାରତୀୟ ପୋଲିସ ଅଫିସର ଛାୟା ଶର୍ମା । ଯାହାଙ୍କର ଏହି ନିଷ୍ଠାପର ଉଦ୍ୟମକୁ ମିଳିବାକୁ ଯାଉଛି ‘ଏସିଆ ଗେମ ଚେଞ୍ଜର୍ସ ଆୱାର୍ଡ-2019’ ।
ନ୍ୟୁୟର୍କସ୍ଥିତ ଏସିଆ ସମ୍ପ୍ରଦାୟୀଙ୍କର ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ଛାୟାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଜଣେ ମହିଳା ପୋଲିସ ଅଫିସର ଭାବେ ନିଜ ଦାୟିତ୍ବକୁ ନିଖୁଣ ଭାବେ ନିର୍ବାହ କରିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ପାଇଁ ଚୟନ କରାଯାଇଥିବା ଦର୍ଶାଇଛି ଅନୁଷ୍ଠାନ।
ବର୍ତ୍ତମାନ ଛାୟା ଦେଶର ଜାତୀୟ ମାନବାଧିକାର କମିଶନର ଡେପୁଟି କମିଶନର ଭାବେ କାର୍ଯ୍ୟରତ । ତେବେ ନିଜର ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠାପର ଉଦ୍ୟମ ପାଇଁ ଏହି ଏସିଆନ ଗେମ ଚେଞ୍ଜର ଆୱାର୍ଡ ଦିଆଯାଇଥାଏ । ଯାହା ଯୁବପୀଢୀଙ୍କୁ ଆକର୍ଷିତ କରିବା ସହ ସେମାନଙ୍କୁ ମଧ୍ୟ ଦେଶସେବାରେ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥାଏ।