ଓଡିଶା

odisha

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା ଦୋଷୀ ବିନୟ

By

Published : Feb 20, 2020, 3:25 PM IST

ଫାଶୀଖୁଣ୍ଟରୁ ରକ୍ଷା ପାଇବା ପାଇଁ ଆଇନଗତ ବିକଳ୍ପ ସରିଯିବା ପରେ ଏବେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି ନିର୍ଭୟା ଦୋଷୀ ବିନୟ ଶର୍ମା । ଅଧିକ ପଢନ୍ତୁ...

nirbhaya-gang-rape
ନିର୍ଭୟା ମାମଲା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ଫାଶୀରୁ ବଞ୍ଚିବା ପାଇଁ ଆଉ ଏକ ଉଦ୍ୟମ କରିଛନ୍ତି । ଫାଶୀଖୁଣ୍ଟରୁ ରକ୍ଷା ପାଇବା ପାଇଁ ଆଇନଗତ ବିକଳ୍ପ ସରିଯିବା ପରେ ଏବେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି ଦୋଷୀ ବିନୟ ଶର୍ମା । ତା ଓକିଲ ଏପି ସିଂହ ନିର୍ବାଚନ ଆୟୋଗଙ୍କ ନିକଟରେ ଯାଚିକା ଦାଖଲ କରି ରାଜକ୍ଷମା ଖାରଜ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ହୋଇଥିବା ସୁପାରିସ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସେ ନିଜ ଯାଚିକାରେ ଦର୍ଶାଇଛନ୍ତି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ଖାରଜ ହୋଇଥିବା ବିନୟର ରାଜକ୍ଷମା ସମ୍ପୂର୍ଣ୍ଣ ଅସାମ୍ବିଧାନିକ । ଜାନୁଆରୀ 29 ତାରିଖରେ ଆମ୍‌ ଆଦ୍‌ମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନ୍‌ ରାଜକ୍ଷମା ଖାରଜ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଏକ ଆବେଦନ କରିଥିଲେ । ସେ ସମୟରେ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ଥିଲା । ତେଣୁ ସେ ରାଷ୍ଟ୍ରପତିଙ୍କ ନିକଟରେ ଏଭଳି ଆବେଦନ କରିପାରିବେ ନାହିଁ । କାରଣ ସେତେବେଳେ ସେ ନା ତ ମନ୍ତ୍ରୀ ଥିଲେ ନା ବିଧାୟକ । ଏହା ବ୍ୟତୀତ ସେହି ଆବେଦନରେ ସତ୍ୟେନ୍ଦ୍ରଙ୍କର ଦସ୍ତଖତ ନଥିଲା । ଏହି ପରିପ୍ରେକ୍ଷୀରେ ରାଜକ୍ଷମା ଖାରଜ କରିବା ସମ୍ପୂର୍ଣ୍ଣ ଭାବରେ ଅସାମ୍ବିଧାନିକ ବୋଲି ଯାଚିକାରେ କୁହାଯାଇଛି । ତେବେ ଏନେଇ ବିଚାର କରିବା ପାଇଁ ସେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୩ ତାରିଖରେ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବା ନେଇ ଦିଲ୍ଲୀ ପଟିଆଲା କୋର୍ଟ ତୃତୀୟ ଥର ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ହେଲେ ଦୋଷୀ ବିନୟ ଶର୍ମା ଫାଶୀଖୁଣ୍ଟରୁ ବଞ୍ଚିବା ପାଇଁ ବିଭିନ୍ନ ଯୋଜନା କରୁଛି । ଏହା ପୂର୍ବରୁ ଫାଶୀଖୁଣ୍ଟରୁ ବଞ୍ଚିବା ପାଇଁ ସେ ନିଜକୁ ଆଘାତ ପହଞ୍ଚାଇବାର ଉଦ୍ୟମ କରିଥିଲା । ଆଉ ଏବେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି ।

ABOUT THE AUTHOR

...view details