ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ଫାଶୀ ଦଣ୍ଡାଦେଶର ଚାରି ଦୋଷୀଙ୍କ ମଧ୍ୟରୁ ପୱନ ଗୁପ୍ତା ଶୁକ୍ରବାର କ୍ୟୁରେଟିଭ ପିଟିସନ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଛି । ଫାଶୀ ସଜାକୁ ଆଜୀବନ କାରାଦଣ୍ଡରେ ବଦଳାଇବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛି ପୱନ ।
ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କଲା ପୱନ - କ୍ୟୁରେଟିଭ ପିଟିସନ
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶର ଚାରି ଦୋଷୀଙ୍କ ମଧ୍ୟରୁ ପୱନ ଗୁପ୍ତା ଶୁକ୍ରବାର କ୍ୟୁରେଟିଭ ପିଟିସନ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଛି । ଅଧିକ ପଢନ୍ତୁ...
ଫାଇଲ ଫଟୋ
ଏହାସହ ପୱନ ପାଖରେ କ୍ୟୁରେଟିଭ ପିଟିସନ ବ୍ୟତୀତ ଦୟା ଯାଚିକା ବିକଳ୍ପ ମଧ୍ୟ ରହିଛି । ବାକି ଅନ୍ୟ ସମସ୍ତ ଦୋଷୀଙ୍କ ସମସ୍ତ ବିକଳ୍ପ ସମାପ୍ତ ହୋଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ୪ ଅପରାଧୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ପକ୍ଷରୁ ଡେଥ ୱାରେଣ୍ଟ ଜାରି ହୋଇଛି ।