ଓଡିଶା

odisha

ETV Bharat / bharat

ବ୍ରିଟେନ କୋର୍ଟରେ ପୁଣି ହାଜର ହେବେ ନୀରବ ମୋଦି

ଗୁରୁବାର ଲଣ୍ଡନର ଏକ କୋର୍ଟରେ ପଳାତକ ନିରବ ମୋଦିର ହେବ ଭାଗ୍ୟ ନିର୍ଦ୍ଧାରଣ ।

By

Published : May 29, 2019, 11:37 PM IST

ନୂଆଦିଲ୍ଲୀ: ଗୁରୁବାର ପୁଣି ଥରେ ଲଣ୍ଡନର ଏକ କୋର୍ଟରେ ହାଜର ହେବେ ଠକ ନୀରବ ମୋଦି । ଭାରତ ପ୍ରତ୍ୟାର୍ପଣକୁ ବିରୋଧ କରି କୋର୍ଟର ଦ୍ବାର କାଟୁଛନ୍ତି ନୀରବ । ଭାରତ ସରକାରଙ୍କ ଅଭିଯୋଗ ପରେ ନୀରବ ମୋଦିଙ୍କୁ ଲଣ୍ଡନ ପୋଲିସ ମାର୍ଚ୍ଚ ମାସରେ ଗିରଫ କରିଥିଲା । ସେବେଠାରୁ ତାଙ୍କୁ ଜାମିନ ମଧ୍ୟ ମିଳୁନଥିବାରୁ ସେ ଜେଲରେ ବନ୍ଦ ଅଛନ୍ତି ।

ଚଳିତ ମାସରେ ୱେଷ୍ଟମିନଷ୍ଟର କେର୍ଟରେ ନୀରବଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା । ଏହା ପରଠାରୁ ଲଣ୍ଡନର ୱେର୍ଡସବର୍ଥ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ତେବେ ଚଳିତଥରକୁ ମିଶାଇଲେ ସେ 3 ଥର ପାଇଁ ଜାମିନ ଆବେଦନ କରିସାରିଛନ୍ତି ।

ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ମନି ଲଣ୍ଡରିଂ ନିୟମ ଅଧୀନରେ ଲଣ୍ଡନର ଏକ ଅଦାଲତ ନୀରବଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ । ତାଙ୍କୁ ନ୍ୟାୟଧୀଶ ଆର୍ବୁଥନୋଟଙ୍କ ଉପସ୍ଥିତିରେ ଗୁରୁବାର କୋର୍ଟରେ ହାଜର କରାଯିବ । ଏନେଇ ନୀରବଙ୍କ ଭାରତ ପ୍ରତ୍ୟାର୍ପଣ ଉପରେ ଶୁଣାଣି ହେବାର ସମ୍ଭାବନା ରହିଛି ।

ଏହା ପୂର୍ବରୁ ନ୍ୟାୟଧୀଶ ତାଙ୍କ ଜାମିନକୁ ଖାରଜ କରିବା ସହ କହିଥିଲେ ଯେ, ତାଙ୍କ ଏହି କାରନାମା ବହୁତ ବଡ ଅଟେ । ଯେଉଁଥିପାଇଁ ଜୋରିମାନା ରାଶି ଦୁଇଗୁଣା ବୃଦ୍ଧି କରି 20 ଲକ୍ଷ ପାଉଣ୍ଡ କରାଯିବ । ତେବେ ପଳାତକ ନୀରବ ମୋଦିକୁ ଲଣ୍ଡନ ପୋଲିସ ପ୍ରତ୍ୟାର୍ପଣ ଓ୍ବାରେଣ୍ଟି ଅନୁଯାୟୀ ମେଟ୍ରୋ ବ୍ୟାଙ୍କ ନିକଟରୁ ଗିରଫ କରିଥିଲା । ଯେଉଁ ସମୟରେ ସେ ଏକ ନୂଆ ବ୍ୟାଙ୍କରେ ତାର ଆକାଉଣ୍ଟ ଖୋଲିବା ପାଇଁ ପ୍ରୟାସ କରୁଥିଲା । ସେବେଠାରୁ ନୀରବ ମୋଦି ଜେଲରେ ଅଛନ୍ତି।

ABOUT THE AUTHOR

...view details