ହାଇଦ୍ରାବାଦ: ସ୍ମାର୍ଟଫୋନ କବଳରେ ପଡିଯାଇଛି ଯୁବ ସମାଜ । ଫୋନ ନ ମିଳିବାରୁ ନିଜର ଅମୂଲ୍ୟ ଜୀବନକୁ ହାରି ଦେବାକୁ ପଛାଉ ନାହିଁ । ମୋବାଇଲ ଯୋଗାଇବାକୁ ପିତାମାତା ଅସମର୍ଥ ହେବାରୁ ନବମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିଥିବା ଘଟଣା ସାମନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ତେଲେଙ୍ଗାନା ଜାଗିତାଲା ଜିଲ୍ଲା କୋଡିମ୍ୟାଲା ଅଞ୍ଚଳ ନିକଟସ୍ଥ ତ୍ରିମଲପୁର ଗ୍ରାମରେ ଦେଖିବାକୁ ମିଳିଛି ।
ସ୍ମାର୍ଟ ଫୋନ୍ ମାୟାରେ ବାୟା ଯୁବସମାଜ । ସ୍ମାର୍ଟ ଫୋନ୍ ପାଇଁ ନିଜ ଜୀବନ ହାରିବା ପାଇଁ ପଛାଉ ନାହାନ୍ତି ଯୁବସମାଜ । ସ୍ମାର୍ଟଫୋନ୍ କିଣିବା ପାଇଁ ଓ କିଣିବା ପରେ ମଧ୍ୟ ବିଭିନ୍ନ କାରଣ ପାଇଁ ମୃତ୍ୟୁମୁଖରେ ପଡୁଥିବା ଅନେକ ଘଟଣା ସାମନାକୁ ଆସୁଛି । ତେବେ ମିଳିଥିବା ସୂଚନା ମୁତାବକ କୋରୋନା ମହାମାରୀ ସମୟରେ ପାଠ୍ୟକ୍ରମ ଅନଲାଇନ ମାଧ୍ୟମରେ ହେଉଥିବାରୁ ମୃତ ଛାତ୍ର ରଘୁ ପ୍ରସାଦ ନିଜ ପିତାମାତାଙ୍କୁ ମୋବାଇଲ କିଣିବା ପାଇଁ କହିଥିଲା । ରଘୁର ପିତା ଦଶହରା ପର୍ବରେ ମୋବାଇଲ କିଣି ଦେବେ ବୋଲି କହିଥିଲେ । ତେବେ ଏହି ସମୟ ମଧ୍ୟରେ ରଘୁ ଘରେ ଥିବା ଆଉ ଏକ ମୋବାଇଲରେ ଅନଲାଇନ କ୍ଲାସ କରୁଥିଲା ।