ଓଡିଶା

odisha

ETV Bharat / bharat

ଲକ୍-ଡାଉନ୍ ଆଣିଛି ଅନଲାଇନ୍ ଫଟୋଗ୍ରାଫି ସୁଯୋଗ

ଲକ୍-ଡାଉନ୍ ସମୟରେ ଘରେ ବସି ଇଣ୍ଟରନେଟ୍ ରୁ କିଏ ଶିକ୍ଷା ଗ୍ରହଣ କରୁଛି ତ କିଏ ଶିକ୍ଷାଦାନ କରୁଛି !ତେବେ କ୍ୟାମେରା କମ୍ପାନୀ ନିକନ୍ ଫଟୋଗ୍ରାଫି ପାଇଁ ଆଣିଛି ଏକ ସୁଯୋଗ । ଅଧିକ ଖବର ପଢନ୍ତୁ...

By

Published : Apr 4, 2020, 1:58 PM IST

coronavirus-covid-19
ଲକ୍-ଡାଉନ୍ ଆଣିଛି ଅନଲାଇନ୍ ଫଟୋଗ୍ରାଫି ସୁଯୋଗ

ନୂଆଦିଲ୍ଲୀ: କୋଭିଡ୍-19 ଯୁଦ୍ଧ ସହ ଏଵେ ସମଗ୍ର ବିଶ୍ଵ ଲଢୁଛି । ଏଥି ନିମନ୍ତେ ଭାରତରେ ଲକ୍-ଡାଉନ୍ ପଦକ୍ଷେପକୁ କଡାକଡି ଭାବେ ଗ୍ରହଣ କରାଯାଇଛି । ଏଥିଯୋଗୁଁ ସମଗ୍ର ଦେଶର ପ୍ରତ୍ୟେକ ବର୍ଗର ବ୍ୟକ୍ତି ବିଶେଷ କରି ଚାରିକାନ୍ଥ ଭିତରେ ସମୟ ଅତିବାହିତ କରୁଛନ୍ତି ।

ଏଭଳି ପରିସ୍ଥିତିରେ ନିଜ ଘରେ ବସି କେମିତି ନିଜ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇବ-ସମସ୍ତେ ଚେଷ୍ଟା କରିବାକୁ ନିଜେ ସରକାର ଟିପ୍ସ ଦେଉଛନ୍ତି । ଘରେ ବସି ଇଣ୍ଟରନେଟ୍ ରୁ କିଏ ଶିକ୍ଷା ଗ୍ରହଣ କରୁଛି ତ କିଏ ଶିକ୍ଷାଦାନ କରୁଛି ! ଏଭଳି ପରିସ୍ଥିତି ରେ ବିଭିନ୍ନ ପ୍ରତିଷ୍ଠାନ କେଉଁଭଳି ଇଣ୍ଟରନେଟ୍ ମାଧ୍ୟମରେ ଶିକ୍ଷାଦାନ ଦେଇ ହେଵ, ସେ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ତେବେ କ୍ୟାମେରା କମ୍ପାନୀ ନିକନ୍ ଫଟୋଗ୍ରାଫି ପାଇଁ ଆଣିଛି ଏକ ସୁଯୋଗ ।

ସାଧାରଣ ଭାବେ ନିକନ୍ କମ୍ପାନୀ ର ଅନଲାଇନ୍ କ୍ଲାସପିଛା ସର୍ଵନିମ୍ନ 14.95 ଡଲାର୍ ପଡୁଥିବା ବେଳେ ସର୍ବାଧିକ 49.95 ଡଲାର୍ ପଡିଥାଏ । କିନ୍ତୁ ଏହି ଲକ୍-ଡାଉନ୍ ପାଇଁ ଏହି କ୍ଲାସ୍ ଗୁଡିକ ମାଗଣା ଘୋଷଣା କରାଯାଇଛି । ଜଣେ ଯଦି ଏହି ଫଟୋଗ୍ରାଫର୍ କୋର୍ସ କରିବେ, ତେଵେ ସେ ନିଜ ନାମ ଏବଂ ଉପଯୁକ୍ତ ପରିଚୟପତ୍ର ଓ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଅନଲାଇନ୍ ରେ ଦାଖଲ କରିବାକୁ ହେଵ ।

ଦେୟ ମୁକ୍ତ ଥିବା ଏହି ଫଟୋ ପାଠ୍ୟକ୍ରମ କେଵଳ ଅନଲାଇନ୍ ଦ୍ବାରା ହିଁ ଶିକ୍ଷାଦାନ କରାଯିଵ । ଲ୍ୟାଣ୍ଡସ୍କେପ୍ ଫଟୋଗ୍ରାଫି, ମାଇକ୍ରୋ ଫଟୋଗ୍ରାଫି ଭଳି ଅତ୍ୟାଧୁନିକ ଫଟୋଗ୍ରାଫିର ଶିକ୍ଷାପ୍ରଦାନ କରାଯିବ ବୋଲି ନିକନ୍ ପକ୍ଷରୁ ସୂଚନା ଦିଆଯାଇଛି ।

ABOUT THE AUTHOR

...view details