ଓଡିଶା

odisha

ETV Bharat / bharat

ହିମାଚଳପ୍ରଦେଶର 4 ଜିଲ୍ଲାରେ ରାତ୍ରୀକାଳୀନ କର୍ଫୁ, 31 ଯାଏଁ ସ୍କୁଲ ବନ୍ଦ - Night curfew imposed in 4 districts of Himachal

ସଂକ୍ରମଣ ବଢିବାରୁ ହିମାଚଳପ୍ରଦେଶର 4 ଜିଲ୍ଲାରେ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ନିୟମ ଆଜି ଠାରୁ ଆସନ୍ତା ଡିସେମ୍ବର 15 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯିବ । ଅଧିକ ପଢନ୍ତୁ...

By

Published : Nov 24, 2020, 8:31 AM IST

ସିମଲା: ଗୁଜୁରାଟ, ମଧ୍ୟପ୍ରଦେଶ ପରି ହିମାଚଳ ପ୍ରଦେଶରେ ମଧ୍ୟ ଲାଗୁ ହେବ ରାତ୍ରୀକାଳୀନ କର୍ଫ୍ୟୁ । ସଂକ୍ରମଣ ବଢିବାରୁ 4 ଜିଲ୍ଲାରେ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ନିୟମ ଆଜି ଠାରୁ ଆସନ୍ତା ଡିସେମ୍ବର 15 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯିବ । ରାତି 8 ଟାରୁ ସକାଳ 6 ଟା ମଧ୍ୟରେ କଟକଣାକୁ ମାନି ଚଳିବାକୁ ହେବ । ଏହି ସମୟରେ କେବଳ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ଅନୁମତି ଦିଆଯିବ । ଏଥିସହ ସର୍ବସାଧାରଣରେ ବିନା ମାସ୍କରେ ବୁଲିଥିବା ଲୋକଙ୍କ ଠାରୁ 1000 ଟଙ୍କା ଜରିମାନା ଆଦାୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସେହିପରି ଡିସେମ୍ବର 31 ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖାଯିବ । 26 ନଭେମ୍ବରରୁ ଅନଲାଇନ କ୍ଲାସ ଆରମ୍ଭ ହେବ । ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଘରେ ରହି କାମ କରିବେ । ତେବେ ନଭେମ୍ବର 26ରେ ଉଚ୍ଚ ବିଦ୍ୟାଳୟ, ସିନିୟର ସେକେଣ୍ଡାରୀ ସ୍କୁଲ ଓ କଲେଜ ଅଫିସ ଖୋଲାଯିବ । ଆହୁରି ମଧ୍ୟ ନିଷ୍ପତ୍ତି ହୋଇଛି ଯେ, ଡିସେମ୍ବର 31 ସୁଦ୍ଧା ତୃତୀୟ ଏବଂ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କ ମଧ୍ୟରୁ 50 ପ୍ରତିଶତ ସରକାରୀ କାର୍ଯ୍ୟାଳୟରେ ଆସିବେ ଏବଂ କର୍ମଚାରୀମାନେ ସପ୍ତାହରେ 3-3 ଦିନ ଅଫିସକୁ ଆସିବେ ।

ରାଜ୍ୟ ସରକାର ଏହାର ସମସ୍ତ ଜନସାଧାରଣ କାର୍ଯ୍ୟକ୍ରମ ଏବଂ ସମସ୍ତ ପ୍ରମୁଖ ରାଜନୈତିକ ସମାବେଶକୁ ମଧ୍ୟ ନିଷିଦ୍ଧ କରିଛନ୍ତି । କେବଳ 200 ଲୋକଙ୍କୁ ସାମାଜିକ ଦୂରତା ସହିତ ସମସ୍ତ ପ୍ରକାର ସାମାଜିକ, ରାଜନୈତକ, ସାଂସ୍କୃତିକ ଏବଂ କ୍ରୀଡା ଇଭେଣ୍ଟରେ ଭାଗ ନେବାକୁ ଅନୁମତି ଦିଆଯାଇଛି |ଡିସେମ୍ବର 15 ସୁଦ୍ଧା ରାଜ୍ୟର ସମସ୍ତ ବସ୍ 50 ପ୍ରତିଶତ କ୍ଷମତା ସହିତ ଚାଲିବ ବୋଲି ସରକାର ଯୋଜନା କରିଛନ୍ତି ।

ଅନ୍ୟପଟେ, ଉତ୍ତରପ୍ରଦେଶରେ ମଧ୍ୟ ସଂକ୍ରମଣ ବୃଦ୍ଧି ହେବାରୁ କଟକଣା କଡା କରାଯିବା ସହ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବିବାହ ବ୍ରତ ଭଳି ସମସ୍ତ ଜନସାଧାରଣ କାର୍ଯ୍ୟକ୍ରମରେ ଉପରେ ବ୍ୟାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details