ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ସକ୍ରିୟ ଥିବା ନାଇଜେରିଆ ଡ୍ରଗ୍ସ ଚୋରା ଚାଲାଣକାରୀମାନେ ଉତ୍ତର-ପୂର୍ବରେ ରହୁଥିବା ମହିଳାମାନଙ୍କୁ ଏହି କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଗତ କିଛି ଦିନ ହେବ ଏନସିବି ଦ୍ୱାରା ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମୟରେ ଏହି ଖୁଲାସା ହୋଇଛି ।
ଏନସିବି ଡେପୁଟି ଡିଜି ଆରଏନ ଶ୍ରୀବାସ୍ତବଙ୍କ ଅନୁଯାୟୀ, ଗତ କିଛିଦିନ ହେବ ଏହିପରି କିଛି ଗ୍ୟାଙ୍ଗ ଧରାପଡିଛନ୍ତି । ଯେଉଁମାନେ କୋରିଅର ମାଧ୍ୟମରେ ବିଭିନ୍ନ ଦେଶକୁ ଡ୍ରଗ୍ସ ପଠାଉଥିଲେ। ଏଥିସହ ସେମାନେ ଆନ୍ତର୍ଜାତୀୟ କୋରିଆର ସର୍ଭିସ ମାଧ୍ୟମରେ ଡ୍ରଗ୍ସ ଯୋଗାଣ କରୁଥିଲେ ।
ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଏହି ଡ୍ରଗ୍ସ ସେମାନେ ଏପରି ଜାଗାରେ ନେଉଥିଲେ ଯାହା ସହଜରେ ଧରାପଡିବ ନାହିଁ । ନିକଟରେ ଏନସିବି ଦ୍ୱାରା ଜବତ ସାମଗ୍ରୀରେ ଡ୍ରଗକୁ ସାବୁନ୍ ଏବଂ ଫେସ୍ ପାଉଡରରେ ଲୁଚାଇ କୋରିଅର କରାଯାଉଥିଲା ।