ନୂଆଦିଲ୍ଲୀ: ବିଜେପି ସରକାର ନ ଗଢିଲେ 15 ପ୍ରତିଶତ ଖସିବ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ନିଫ୍ଟି) । ଏ ନେଇ ସ୍ବିଜରଲ୍ୟାଣ୍ଡର ବ୍ରୋକରେଜ କମ୍ପାନୀ ୟୁବୀଏଲ ସିକ୍ୟୋରିଟିଜର ଏକ ରିପୋର୍ଟରେ ଅନୁମାନ କରାଯାଇଛି । ସେହିପରି ଚଳିତ ନିର୍ବାଚନରେ ମୋଦି ଯଦି 300 ସିଟରେ ଜିତନ୍ତି ତେବେ ସେନସେକ୍ସ 40 ହଜାର ପାର କରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ବିଜେପି ସରକାର ନ ଗଢିଲେ 15 ପ୍ରତିଶତ ଖସିବ ନିଫ୍ଟି ! - fails
ବିଜେପି ସରକାର ନ ଗଢିଲେ ଖସିବ ସେୟାର ବଜାର । ନିଫ୍ଟି ପାଖାପାଖି 15 ପ୍ରତିଶତ ହ୍ରାସ ପାଇବ । ଆଉ ଯଦି ବିଜେପି ଶାସନକୁ ଫେରେ ତବେ ସେନସେକ୍ସ 40 ହଜାର ପାର କରିବ ।
ଏନଡିଏ 250ରୁ କମ ସିଟରେ ଜିତିଲେ ଭବିଷ୍ୟତରେ ସରକାର ଗଢିବାରେ ଉଠାଣି ଗଡାଣି ଦେଖାଦେଇପାରେ । ହେଲେ ନିଫ୍ଟି 5 ପ୍ରତିଶତ ବଢି ଉଚ୍ଚ ସ୍ତରରେ ପହଞ୍ଚିବ । ୟୁବିଏସର ରିପୋର୍ଟ ଅନୁସାରେ 2014 ତୁଳନାରେ ଚଳିତ ଥର କୌଣସି ଏକ ନିର୍ଦ୍ଦିଷ୍ଟ ପକ୍ଷର ଲହର ଏତେଟା ଦେଖାଦେଉନାହିଁ । ଏଣୁ ଆଗକୁ ସରକାର ଗଠବନ୍ଧନ କରିବା ନେଇ ଜଣାପଡୁଛି ।
ନିର୍ବାଚନ ଓ ବଜାର ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ବୁଥରେ ନେତା ପରୀକ୍ଷା ଦେଉଥିବା ବେଳେ ବଜାରର ନିବେଶକ ଆଗମୀ ଭବିଷ୍ୟତତୁ ଫୋକସ କରି ସେୟାର ଟଙ୍କା ଲଗାନ୍ତି । ଏଣୁ ନିର୍ବାଚନ ଓ ତାର ଫଳାଫଳ ଉଭୟ ପରସ୍ପର ପରିପୂରକ ହୋଇଥାନ୍ତି । ଗଲା 6ଟି ପର୍ଯ୍ୟାୟ ମତଦାନ ଦିନ ବଜାର ମଜବୁତ ରହିଥିଲା।
୨୦୧୪ ନିର୍ବାଚନ ଫଳାଫଳ ଘୋଷଣା ଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସେନସେକ୍ସ ୧୪୭୦ ପଏଣ୍ଟ ବଢି 25 ହଜାର ଟପିଥିଲା ।