ନୂଆଦିଲ୍ଲୀ: କୋରୋନା ସଙ୍କଟର ମୁକାବିଲା ପାଇଁ ଆରମ୍ଭ ହୋଇଥିବା ପିଏମ୍ କେୟାର୍ସ ପାଣ୍ଠି ବିଷୟରେ କ୍ରମାଗତ ପ୍ରଶ୍ନ ଉଠୁଛି । ରାଷ୍ଟ୍ରୀୟ ସୂଚନା କେନ୍ଦ୍ର (NIC) ଦ୍ବାରା ଦିଆଯାଇଥିବା ଆରଟିଆଇ ଉତ୍ତରରେ ବର୍ତ୍ତମାନ ପିଏମ୍ କେୟାର୍ସ ପାଣ୍ଠିର ଆଇନଗତ ସ୍ଥିତି ଉପରେ ପ୍ରଶ୍ନ ଉଠିଛି। ରାଇଟ୍ ଟୁ ଇନଫରମେସନ୍ ଆକ୍ଟ (ଆରଟିଆଇ) ଅଧୀନରେ NIC ରୁ ମିଳିଥିବା ଉତ୍ତର ଅନୁଯାୟୀ, Pmcares.gov.in ଡୋମେନର ମାଲିକାନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିନରେ ରହିଛି ।
ପ୍ରକାଶଥାଉକି, ଆରଟିଆଇ ଆକ୍ଟିଭିଷ୍ଟ ତଥା ଅବସରପ୍ରାପ୍ତ ନୌସେନା ଅଧିକାରୀ କମୋଡୋର ଲୋକେଶ ବତ୍ରା ଏନଆଇସିରେ ଏକ ଆବେଦନ କରିଥିଲେ। PMCARES ପାଣ୍ଠି ପାଇଁ ଅଫିସିଆଲ୍ ୱେବସାଇଟ୍ କିପରି ‘.gov.in’ ଡୋମେନ୍ ନାମ ଦିଆଗଲା ବୋଲି ଏହା ପଚାରିଥିଲା । ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର ଦ୍ବାରା ମିଳିଥିବା ଉତ୍ତର ଅନୁଯାୟୀ, ‘pmcares.gov.in’ ନାମକ ଡୋମେନ୍ ବୈଦୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଇଣ୍ଟରନେଟ୍ ଗଭର୍ନାନ୍ସ ଡିଭିଜନ୍ ଦ୍ବାରା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦିଆଯାଇଛି।