କେରଳ: ଶ୍ରୀଲଙ୍କା ଇଷ୍ଟର ବ୍ଲାଷ୍ଟକୁ ନେଇ ଏବେ ବି ଆଶା ଆଶଙ୍କାରେ ବିଶ୍ବବାସୀ । ଲୋକଙ୍କ ମନରୁ ଏହି ଭୟଙ୍କର ଆତଙ୍କୀ ଆକ୍ରମଣର ଛବି ଲିଭି ନଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ଏନ୍ଆଇଏ ଟିମ୍ । ଏନେଇ କେରଳର 3ଟି ସ୍ଥାନରେ ଏନ୍ଆଇଏ ଦ୍ବାରା ରେଡ କରାଯିବା ସହ ଜଣେ ସନ୍ଦିଗ୍ଧକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ଟିମ୍ ।
କିଛି ଦିନ ତଳେ ଆତଙ୍କୀ ସଙ୍ଗଠନ ଆଇଏସଆଇଏସରେ ଭାରତୀୟମାନେ ଯୋଗ ଦେବା ପରେ ଇଷ୍ଟର ବ୍ଲାଷ୍ଟକୁ ନେଇ ବିଶ୍ବବାସୀ ଏବେ ବି ଆବାକ୍ । ଏନେଇ ରବିବାର କେରଳର ତିନୋଟି ସ୍ଥାନରେ ଏନ୍ଆଇଏ (ନ୍ୟାସନାଲ ଇନ୍ଭେଷ୍ଟିଗେସନ୍ ଏଜେନ୍ସି) ଦ୍ବାରା ଆରମ୍ଭ ହୋଇଛି ଛାନଭିନ । ଏହି ରେଡ୍ କସରଗୋଡ ଓ ପାଲକ୍କଡରେ ଚାଲିଥିବା ବେଳେ କୋଲେନଗୋଡରୁ ସନ୍ଦିଗ୍ଧ ରିୟାଜ ଅବୋବାକର (28)କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ଏନ୍ଆଇଏ ।