ଚେନ୍ନାଇ: ଆତଙ୍କବାଦୀ ସଂଗଠନ ଅଂସାରୁଲା ମାମଲାରେ ଏନଆଇଏର ଚଢାଉ । ଜାତୀୟ ଅନୁସନ୍ଧାନ ସଂସ୍ଥା(ଏନଆଇଏ) ମହମ୍ମଦ ଶେଖର ଚେନ୍ନାଇସ୍ଥିତ ବାସଭବନ ଏବଂ କାର୍ଯ୍ଯାଳୟରେ ଚଢାଉ କରିିଛି। ଶନିବାର ସକାଳୁ ଏନଆଇଏର ଟିମ୍ ଚେନ୍ନାଇ, ମଦୁରାଇ, ନଲାଇ ଏବଂ ଥେନି ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି । ତେବେ ଚଢାଉରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।
ଅଂସାରୁଲା ଆତଙ୍କୀ ସଂଗଠନ ମାମଲାରେ ଏନଆଇଏର ଚଢାଉ
ଶନିବାର ସକାଳୁ ଏନଆଇଏର ଟିମ୍ ଚେନ୍ନାଇ, ମଦୁରାଇ, ନଲାଇ ଏବଂ ଥେନି ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି ।
ଫଟୋ ସୌଜନ୍ୟ: ଟ୍ବିଟର@ANI
ଏନଆଇଏ ମହମ୍ମଦ ଶେଖ ବିରୋଧରେ ଅଂସାରୁଲା ନାମକ ଆତଙ୍କବାଦୀ ସଂଗଠନ ଗଠନ କରି ଭାରତ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ରଚୁଥିବା ନେଇ ଏକ ମାମଲା ରୁଜୁ କରିଥିଲା । ତେବେ ଗତ ରବିବାର ଅଂସାରୁଲା ମାମଲାରେ ଏନଆଇଏ 2 ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ଅଭିଯୁକ୍ତ ଦେଶରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ବିଦେଶରୁ ପାଣ୍ଠି ଯୋଗାଡ କରୁଥିବା ଜଣାପଡିଛି ।