ଓଡିଶା

odisha

ETV Bharat / bharat

ଆଇଏସଆଇଏସର ସନ୍ଦିଗ୍ଧ ଆତଙ୍କବାଦୀ ବେଙ୍ଗାଲୁରୁରୁ ଗିରଫ

ଆଇଏସଆଇଏସ ସଂଗଠନ ସହ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି ଏନଆଇଏ । ଅଧିକ ପଢନ୍ତୁ...

By

Published : Feb 26, 2020, 5:12 PM IST

NIA
ଆଇଏସଆଇଏସର ସନ୍ଦିଗ୍ଧ ଆତଙ୍କବାଦୀ ବେଙ୍ଗାଲୁରୁରୁ ଗିରଫ

ବେଙ୍ଗାଲୁରୁ: ଆତଙ୍କବାଦ ବିରୋଧରେ ଲଗାତାର ଅଭିଯାନ ଜାରି ରଖିଥିବା ଏନଆଇଏକୁ ବୁଧବାର ବଡ ସଫଳତା ମିଳିଛି । ଏକ ଅପରେସନରେ ଆଇଏସଆଇଏସ ସଂଗଠନ ସହ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି ଏନଆଇଏ । ସନ୍ଦିଗ୍ଧ ଜଣକ ଫେଜିବ ଉର ରେହମାନ ବୋଲି ଜଣାପଡିଛି ।

ଆଇଏସଆଇଏସ ଲିଙ୍କରେ ଏନଆଇଏର ସ୍ବତନ୍ତ୍ର ଟିମ୍‌ କର୍ଣ୍ଣାଟକ ଏବଂ ତାମିଲନାଡୁର 19ଟି ସ୍ଥାନରେ ଚଢାଉ କରିଥିଲା । ତେବେ ଫେଜିବ ଉରରେହମାନ ବେଙ୍ଗାଲୁରୁରେ ଲୁଚି ରହିଥିବା ଏନଆଇଏକୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଏନଆଇଏର ଟିମ୍‌ ଉକ୍ତ ସ୍ଥାନକୁ ପହଞ୍ଚି ରେହମାନକୁ ଗିରଫ କରିବାରେ ସଫଳ ହୋଇଥିଲା ।

ରେହମାନ ନିଜ ସହଯୋଗୀ ମେହବୁବ ପାଶା ସହ ମିଶି ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାର ଷଡଯନ୍ତ୍ର ରଚୁଥିଲେ ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details