ନୂଆଦିଲ୍ଲୀ: ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(NGT) 31 ମାର୍ଚ୍ଚ ଯାଏଁ ସମସ୍ତ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛି । କୋରୋନା ଭାଇରସ ଆତଙ୍କ କାରଣରୁ ଏନଜିଟି ଏପରି ନିଷ୍ପତ୍ତି ନେଇଛି ।
ଗତ ମାର୍ଚ୍ଚ 9ରେ ଏନଜିଟିର ମୁଖ୍ୟ ବେଞ୍ଚ ଅର୍ଥାତ ଦିଲ୍ଲୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବାୟୋମ୍ୟାଟ୍ରିକ ଉପସ୍ଥାପନା ଉପରେ ରୋକ୍ ଲଗାଇଥିଲେ । ବର୍ତ୍ତମାନ ସମସ୍ତ ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇଛି । ପ୍ରକାଶ ଥାଉକି, ଦିଲ୍ଲୀ ସରକାର ମଧ୍ୟ ସମସ୍ତ ଦିଲ୍ଲୀକୁ ଲକ୍ ଡାଉନ୍ କରିବା ପାଇଁ ଆଦେଶ ଦେଇଛି ।