ଓଡିଶା

odisha

ETV Bharat / bharat

ଦଳ ଫୁଲରେ ଭାଇ ପାଇଁ ରାକ୍ଷୀ - ଦଳ ଫୁଲରେ ରାକ୍ଷୀ ତିଆରୀ

ଆପଣମାନେ ଷ୍ଟୋନ ଏବଂ ଚୁମୁକିରେ ରାକ୍ଷୀ ତିଆରି ହେଉଥିବା ଦେଖିଥିବେ । କିନ୍ତୁ କେବେ ଦଳ ଫୁଲରେ ରାକ୍ଷୀ ତିଆରି କଥା ଶୁଣିଛନ୍ତି । ଯଦି ନା ତେବେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର କିଛି ଏନଜିଓ ମହିଳା ଦଳ ଫୁଲରେ ଇକୋ-ଫ୍ରେଣ୍ଡଲି ରାଖୀ ତିଆରି କରିଛନ୍ତି ।

yacintht_rakhi
ଦଳ ଫୁଲରେ ରାକ୍ଷୀ ତିଆରୀ ତିଆରି କଲେ ଏନଜିଓ ମହିଳା

By

Published : Aug 3, 2020, 1:25 PM IST

କୋଲକାତା: ଆପଣମାନେ ଷ୍ଟୋନ ଏବଂ ଚୁମୁକିରେ ରାକ୍ଷୀ ତିଆରୀ ହେଉଥିବା ଦେଖିଥିବେ । କିନ୍ତୁ କେବେ ଦଳ ଫୁଲରେ ରାକ୍ଷୀ ତିଆରୀ କଥା ଶୁଣିଛନ୍ତି । ଯଦି ନା ତେବେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର କିଛି ଏନଜିଓ ମହିଳା ଦଳ ଫୁଲରେ ଇକୋ-ଫ୍ରେଣ୍ଡଲି ରାଖୀ ତିଆରି କରିଛନ୍ତି ।

ଏନଜିଓ ଇକୋ କ୍ରାଫ୍ଟର ସଚିବ ସ୍ବପନ ଭୌମିକ ଦାବି କରିଛନ୍ତି ଯେ ଏପରି ଦଳ ଫୁଲରେ ରାକ୍ଷୀ ତିଆରି କରିବା ପ୍ରଥମଥର ଅଟେ । ଏଥସହ ଏହି ରାକ୍ଷୀ ତିଆରିରେ କୌଣସି କେମିକାଲ ବ୍ୟବହାର କରାଯାଇ ନାହିଁ ବୋଲି ସେ କହିଛନ୍ତି ।

ମଝଦିଆ ଅଞ୍ଚଳର ଏକ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ 400ରୁ ଅଧିକ ରାକ୍ଷୀ ତିଆରି କରିଛନ୍ତି । ତେବେ ଏହି ମହିଳାମାନେ କାରିଗର ଦେବାଶିଷ ବିଶ୍ବାସଙ୍କ ଠାରୁ ପୂର୍ବରୁ ତାଲିମ ପାଇଥିଲେ ।

ରାକ୍ଷୀ ତିଆରୀ ପାଇଁ ସେହି ଦଳଫୁଲକୁ ବ୍ୟବହୃତ କରାଯାଇଛି ଯାହାର ଅତିକମରେ 2.5 ଫୁଟ ଲମ୍ବ ରହିଛି । ତେବେ ରାକ୍ଷୀ କିପରି ତିଆରୀ ହେଉଛି ଜାଣନ୍ତୁ । ରାକ୍ଷୀ ତିଆରି ପାଇଁ ପ୍ରଥମେ ଦଳକୁ ଧୂଆ ଯାଏ । ଏହାପରେ ଫୁଲରୁ ଦଳ ପତ୍ରକୁ ଅଲଗା କରାଯାଏ । ଏହାପରେ ଫୁଲକୁ ଶୁଖାଯାଏ । ଏହାପରେ ସେଥିରୁ ବାହୁରୁ ଥିବା ତନ୍ତିକୁ ରାକ୍ଷୀ ତିଆରି କରାଯାଏ ।

ହାୱଡା ଜିଲ୍ଲାର ଜଣେ ରେଳ କର୍ମଚାରୀ 100 ଦଳ ଫୁଲ ରାକ୍ଷୀ ଅର୍ଡର ଦେଇଥିବା ବେଳେ 150ଟି ରାକ୍ଷୀକୁ ହୁଗୁଳି ଜିଲ୍ଲାର ବାଣ୍ଡେଲକୁ ପରିବହନ କରାଯାଇଛି । ଏଥିସହ ଅନ୍ୟ 150ଟି ରାକ୍ଷୀ ବିକ୍ରି ହୋଇଛି ଭୌମିକ୍ କହିଛନ୍ତି। ଏହି ରାକ୍ଷୀର ଦାମ ଆକାର ଅନୁଯାୟୀ 5,10 ଓ15 ଟଙ୍କା ରହିଛି । ଏହାପୂର୍ବରୁ ଏହି ମହିଳାମାନେ ଦଳ ଫୁଲରେ ବ୍ୟାଗ ଏବଂ ଦଉଡି ତିଆରି କରିଥିଲେ ।

ABOUT THE AUTHOR

...view details