ଓଡିଶା

odisha

By

Published : Jul 5, 2020, 12:18 PM IST

ETV Bharat / bharat

ବୁଲା କୁକୁରଙ୍କୁ ସହାୟତା କରୁଥିବା ଏନଜିଓ ସଦସ୍ୟଙ୍କ ଉପରେ ସ୍ଥାନୀୟ ଲୋକଙ୍କ ଆକ୍ରମଣ

ଦିଲ୍ଲୀ ରାସ୍ତାରେ ବୁଲୁଥିବା ବୁଲା କୁକୁରଙ୍କୁ ଧରିବାଏ ଓ ସହାୟତା ପାଇଁ କାର୍ଯ୍ୟ କରୁଥିବା 'ନେବରହୁଡ ୱୁଫ୍' ଟିମ୍ ଉପରକୁ ମରଣାନ୍ତକ ଆକ୍ରମଣ । ଦିଲ୍ଲୀର ରାଣୀ ବାଗର ଋଷି ନଗର ଅଞ୍ଚଳରେ ସ୍ଥାନୀୟ ଲୋକେ ଏହି ଟିମ ଉପରକୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକମାନେ ରାତିରେ ଅଞ୍ଚଳରେ ବୁଲିବାର କାରଣ ପଚାରିବା ପରେ ପରେ ଏହି ବିବାଦ ପରେ ମାରପିଟର ରୂପ ନେଇଥିଲା ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ରାସ୍ତାରେ ବୁଲୁଥିବା ବୁଲା କୁକୁରଙ୍କୁ ଧରିବାଏ ଓ ସହାୟତା ପାଇଁ କାର୍ଯ୍ୟ କରୁଥିବା 'ନେବରହୁଡ ୱୁଫ୍' ଟିମ୍ ଉପରକୁ ମରଣାନ୍ତକ ଆକ୍ରମଣ । ଦିଲ୍ଲୀର ରାଣୀ ବାଗର ଋଷି ନଗର ଅଞ୍ଚଳରେ ସ୍ଥାନୀୟ ଲୋକେ ଏହି ଟିମ ଉପରକୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକମାନେ ରାତିରେ ଅଞ୍ଚଳରେ ବୁଲିବାର କାରଣ ପଚାରିବା ପରେ ପରେ ଏହି ବିବାଦ ପରେ ମାରପିଟର ରୂପ ନେଇଥିଲା ।

ଏନଜିଓ ସଦସ୍ୟଙ୍କ ଉପରେ ସ୍ଥାନୀୟ ଲୋକଙ୍କ ଆକ୍ରମଣ

ଏନଜିଓ ପ୍ରତିଷ୍ଠାତା ଆୟେଶା ଖ୍ରୀଷ୍ଟିନାଙ୍କ ଅଭିଯୋଗ ଉପରେ ପୋଲିସ ଏକ ରିପୋର୍ଟ ଦାଖଲ କରିଛି। ଆୟେଶା ଏହା ପୂର୍ବରୁ ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଥିବା ଅଭିଯୋଗ କରିଥିଲେ । ଆୟୋଶାଙ୍କ ଦ୍ବାରା ଜାରି କରାଯାଇଥିବା ଏକ ଭିଡିଓ ଅନୁଯାୟୀ, ଆୟେଶା କହିଛନ୍ତି ଯେ ସେମାନେ କୁକୁରମାନଙ୍କୁ ସାହାଯ୍ୟ କରୁଥିବାବେଳେ ଜଣେ ସ୍ଥାନୀୟ ଲୋକ ସେଠାକୁ ଆସି ସେମାନଙ୍କ ସହ ଅଶାଳୀନ ବ୍ୟବହାର ଆରମ୍ଭ କରିଥିଲେ। ଯେତେବେଳେ ସେ ଏହାର ପ୍ରତିବାଦ କରିଥିଲେ, ସେତେବେଳେ ସେ ଝଗଡା କରିଥିଲେ । ଏହାପରେ ଝଗଡାରୁ ମାରପିଟ ଆରମ୍ଭ ହୋଇଥିଲା । ଏଥିରେ ତାଙ୍କ ସହ କାମ କରୁଥିବା କିଛି କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଥିଲେ। ଏନେଇ ଆୟେଷା ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାସହ ସମ୍ପୂର୍ଣ୍ଣ ଘଟଣାକୁ ଭିଡିଓ ମାଧ୍ୟମରେ ଜଣାଇଛନ୍ତି ।

ଦିଲ୍ଲୀ ପୋଲିସ କହିଛି ଯେ ଆଇପିସିର ଧାରା 323 ସ୍ଥାନୀୟ ଲୋକଙ୍କ ଉପରେ , 441, 506 ଏବଂ 427 ଅନୁଯାୟୀ ରିପୋର୍ଟ ଦାଖଲ କରାଯାଇଛି ଏବଂ ସମଗ୍ର ମାମଲା ତଦନ୍ତ ଆରମ୍ଭ ହୋଇଛି । ଦୋଷୀଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏନଜିଓର ଲୋକଙ୍କୁ ମାଡ ମାରିବା ପାଇଁ ଦିଲ୍ଲୀ ମହିଳା ଆୟୋଗ ଏହାକୁ ଗୁରୁତର ସହ ନେଇଛନ୍ତି। ଆୟୋଗର ଅଧ୍ୟକ୍ଷ ସ୍ବାତି ମାଲିୱାଲ କହିଛନ୍ତି ଯେ, ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଜଣେ ମହିଳା ବୁଲା ଜୀବଜନ୍ତୁଙ୍କ ପାଇଁ କାମ କରୁଛନ୍ତି , ଏଭଳି କାମ କରୁଥିବା ମହିଳାଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସେ କହିଛନ୍ତି ଯେ ଦିଲ୍ଲୀ ମହିଳା ଆୟୋଗ ଏନଜିଓ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ବର୍ତ୍ତମାନ ଏହି ମାମଲାରେ ଏଫ୍ଆଇଆର୍ ଦାଖଲ ହୋଇଛି । ମହିଳା ଆୟୋଗ ଏହି ଘଟଣାର ତଦନ୍ତ କରୁଛନ୍ତି ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details