ଓଡିଶା

odisha

ETV Bharat / bharat

'ଆଗାମୀ 5ବର୍ଷ ଶାସନ କହିବ, ବିଜେପି କେତେ ବାଟ ଯିବ'

ମ୍ୟାଜିକ ନମ୍ବର ଛୁଇଁବା ପରେ ମନାଉଛି ଉତ୍ସବ । ତେବେ ବର୍ତ୍ତମାନ ଦଳ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଚାଲିଛି ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରେସମିଟ୍ ।

By

Published : May 23, 2019, 9:20 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବିପୁଳ ବିଜୟ ପରେ ବିଜେପି କ୍ୟାମ୍ପରେ ସେଲିବ୍ରେସନର ମାହୋଲ । ପଲ୍ଲୀରୁ ଦିଲ୍ଲୀ ବିଜେପି କର୍ମୀ ବିପୁଳ ବିଜୟକୁ ଧମାକାଦାର ରୂପେ ପାଳନ କରୁଛନ୍ତି । ମ୍ୟାଜିକ ନମ୍ବର ଛୁଇଁବା ପରେ ମନାଉଛି ଉତ୍ସବ । ତେବେ ବର୍ତ୍ତମାନ ଦଳ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଚାଲିଛି ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରେସମିଟ୍ ।

ବିଜେପି ଅଧ୍ୟକ୍ଷ ଅମିତ ଶାହା ବିଜୟ ପାଇଁ ସମଗ୍ର ଦେଶବାସୀଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଏହା ଏକ ଐତିହାସିକ ବିଜୟ । 50 ବର୍ଷ ପରେ କୌଣସି ଏକ ଦଳ ପୂର୍ଣ୍ଣ ବହୁମତ ସହିତ ଲଗାତାର ଦ୍ବିତୀୟ ଥର ପାଇଁ ଶାସନ ଗାଦି ସମ୍ଭାଳିବାକୁ ଯାଉଛି ।

ସେ ଏହା ମଧ୍ୟ କହିଛନ୍ତି ପଶ୍ଚିମବଙ୍ଗରେ ପ୍ରବଳ ନିର୍ବାଚନୀ ହିଂସା ଏବଂ ପିଗିଙ୍ଗ୍ ସତ୍ବେ ବିଜେପି 18ଟି ଆସନ ଜିତିଛି । ତେବେ ଏହା ସୂଚାଉଛି ଆଗାମୀ ଦିନରେ ବଙ୍ଗ ଦଖଲ କରିବ ବିଜେପି । ଖାଲି ଏତିକି ନୁହେଁ, ଅମିତ ଶାହା ମଧ୍ୟ ଏହି ଅବସରରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାଁନ୍ତି । ସେ କହିଛନ୍ତି ଟିଡିପି ମୁଖ୍ୟ ଭୋଟ ପାଇବା ପାଇଁ ପରିଶ୍ରମ କରିବାର ଥିଲା ।

ABOUT THE AUTHOR

...view details