ବର୍ତ୍ତମାନର ବଡଖବର, ଯାହା ଉପରେ ଆପଣଙ୍କ ନଜର 1- ଆଜି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ପୂର୍ବାହ୍ନ 11.30ରେ ପ୍ରକାଶ ପାଇବ ରେଜଲ୍ଟ ।
2- ଆଜି କେନ୍ଦ୍ର କ୍ୟାବିନେଟ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବ ବୈଠକ ।
3- ଆଜି କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ହେବ ଆଲୋଚନା ।
4- ଆଜି ଠାରୁ ସେନାର ଜାତୀୟ କମାଣ୍ଡର ସମ୍ମିଳନୀ । 21 ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ ।
5- ଆଜି ଜମ୍ମୁ ଗସ୍ତରେ ଯିବେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ । ଆତଙ୍କବାଦ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନର ହେବ ସମୀକ୍ଷା ।
6- ଆଜି ଠାରୁ ଭାରତରେ କୋରୋନା ଟୀକାର ଟ୍ରାଏଲ-3 ଆରମ୍ଭ ହେବ । ଅନ୍ୟ ଦୁଇ ଭ୍ୟାକ୍ସିନ ଟ୍ରାଏଲ 2 ରେ ରହିଛି । ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପାଲଙ୍କ ସୂଚନା ।
7- ଆଜି ୟୁରୋପୀୟ ରାଷ୍ଟ୍ରଙ୍କ ସହ ଆଲୋଚନା କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । କୋରୋନାକୁ ନେଇ ହେବ ଆଲୋଚନା ।
8- ଆଜି ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ।
9- ଆଜି ଟ୍ବିନସିଟିରେ ଗଣେଶ ପୂଜାକୁ ନେଇ ହାଇକୋର୍ଟରେ ହେବ ଶୁଣାଣି ।
10 - ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, ILS ଓ RMC ମଧ୍ୟରେ ମିଳିତ ବୈଠକ । ରାଜ୍ୟରେ କୋରୋନା ସ୍ଥିତି ଓ ଟେଷ୍ଟିଂକୁ ନେଇ ହେବ ଆଲୋଚନା ।