ନୂଆଦିଲ୍ଲୀ: ସାମ୍ବାଦିକାଙ୍କ ଆତ୍ମହତ୍ୟା । ଶୁକ୍ରବାର ଉତ୍ତର ପୂର୍ବ ଦିଲ୍ଲୀର ଏକ ଟିଭି ଚ୍ୟାନେଲର ଜଣେ ସାମ୍ବାଦିକା ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି ।
ସାମ୍ବାଦିକାଙ୍କ ଆତ୍ମହତ୍ୟା - ଆତ୍ମହତ୍ୟା
ଶୁକ୍ରବାର ଉତ୍ତର ପୂର୍ବ ଦିଲ୍ଲୀର ଏକ ନ୍ୟୁଜ ଚ୍ୟାନେଲର ଜଣେ ସାମ୍ବାଦିକା ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି ।
ସାମ୍ବାଦିକାଙ୍କ ଆତ୍ମହତ୍ୟା
ନିକଟରେ 24 ବର୍ଷୀୟା ଏହି ସାମ୍ବାଦିକା ଜଣଙ୍କ କୋରୋନା ମହାମାରୀ ସମୟରେ କିପରି ପଜେଟିଭ ରହିବେ ସେନେଇ ଗାୟକ କୈଳାଶ ଖେରଙ୍କର ଏକ ଇଣ୍ଟରଭ୍ୟୁ ନେଇଥିଲେ । କିନ୍ତୁ ଶୁକ୍ରବାର ଦିଲ୍ଲୀ ୱେଲକମ ଅଞ୍ଚଳରେ ଥିବା ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସେ ଡିପ୍ରେସନରେ ଥିଲେ । ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଏପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।