ଓଡିଶା

odisha

ETV Bharat / bharat

ଲୋକସଭାରେ ମୋଦିଙ୍କ ପାଖରେ କିଏ ବସିଲେ, ରାଜନାଥ ନା ଶାହା ? - seat

ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରାଯିବ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ପ୍ରଥମେ ଶପଥ ନେଇଛନ୍ତି । ଏହା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ରାଜନାଥ ସିଂହ, ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ସ୍ମୃତି ଇରାନୀ, ଡ. ହର୍ଷବର୍ଦ୍ଧନ, ପ୍ରଲ୍ଲାଦ ଯୋଶୀ, ହରସିମରତ କୌର ବାଦଲ ପ୍ରମୁଖ ଶପଥ ପାଠ କରିଛନ୍ତି।

ଫଟୋ ସୌଜନ୍ୟ: ଏନଆଇ

By

Published : Jun 17, 2019, 3:30 PM IST

ନୂଆଦିଲ୍ଲୀ: ସୋମବାର ୧୭ତମ ଲୋକସଭାର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମତେ ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିଛନ୍ତି । ନବ ନିର୍ବାଚିତ ସଦସ୍ୟଙ୍କୁ କାମଚଳା ବାଚସ୍ପତି ଡ. ବୀରେନ୍ଦ୍ର କୁମାର ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏବେ ଲୋକସଭାରେ କେଉଁ ନେତା କେଉଁ ସ୍ଥାନରେ ବସିବେ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ ଲୋକସଭାରେ ବିଜେପି ସଂସଦୀୟ କାର୍ଯ୍ୟ ନିର୍ବାହୀ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ବିଜେପି ଲୋକସଭା ଉପନେତା ଭାବେ ରାଜନାଥ ସିଂହଙ୍କୁ ନିଯୁକ୍ତ କରାଯାଇଛି । ଏହି ଆଧାରରେ ରାଜନାଥ ସିଂହ ଲୋକସଭାରେ ମୋଦି ମନ୍ତ୍ରିମଣ୍ଡଳରେ ନମ୍ବର ଦୁଇରେ ରହିଛନ୍ତି । ଯାହାଫଳରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖ ସିଟ୍‌ରେ ବସିବେ । ଅମିତ ଶାହଙ୍କୁ ଗୃହମନ୍ତ୍ରୀ ପଦ ମିଳିବା ପରେ ଶାହାଙ୍କୁ ମୋଦି ସରକାରଙ୍କ ନମ୍ବର ଦୁଇ ପୋଜିସନ୍‌ ମିଳିବା ନେଇ ରାଜନୀତି ଚର୍ଚ୍ଚା ଜୋର ଧରିଥିଲା । ଏବେ ସମସ୍ତ ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡିଛି । ନମ୍ବର ଦୁଇରେ ରାଜନାଥ ସିଂହ ରହିଛନ୍ତି । ଏବେ ସୁଷମା ସ୍ବରାଜଙ୍କ ସିଟ୍‌ରେ ଅମିତ ଶାହା ନଜର ଆସିବେ । ଲାଲକୃଷ୍ଣ ଆଡଭାନୀଙ୍କ ସିଟ୍‌ ରାଜସ୍ଥାନ ସାଂସଦ ଥାବରଚନ୍ଦ ଗହଲୋଟଙ୍କୁ ମିଳିଛି ।

ଏହିକ୍ରମରେ ମୋଦି କ୍ୟାବିନେଟର ଅନେକ ବରିଷ୍ଠ ନେତାଙ୍କୁ ପ୍ରଥମ ଧାଡିରେ ଦେଖିବାକୁ ମିଳିଛି । ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ସଦାନନ୍ଦ ଗୌଡ, ରବିଶଙ୍କର ପ୍ରସାଦ, ନରେନ୍ଦ୍ର ସିଂହ ତୋମାର, ହରସିମରତ କୌର ବାଦଲଙ୍କୁ ଦେଖିବାକୁ ମିଳିଛି।

ଏଠାରେ ସୂଚନା ଯୋଗ୍ୟ ଯେ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରାଯିବ । ଆଜି ଅଧିବେଶନ ଆରମ୍ଭ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଶପଥ ନେଇଛନ୍ତି । ଏହା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ରାଜନାଥ ସିଂହ, ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ସ୍ମୃତି ଇରାନୀ, ଡ. ହର୍ଷବର୍ଦ୍ଧନ, ପ୍ରଲ୍ଲାଦ ଯୋଶୀ, ହରସିମରତ କୌର ବାଦଲ ପ୍ରମୁଖ ଶପଥ ପାଠ କରିଛନ୍ତି। ଏହି ଶପଥ ଗ୍ରହଣ ପ୍ରକ୍ରିୟା ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ଆଜିର ଶପଥ ଗ୍ରହଣ ସମୟରେ ଗୃହରେ ଜୟ ଶ୍ରୀରାମ ନାରାରେ ଗୁଞ୍ଜରିତ ହୋଇଥିଲା ।

For All Latest Updates

ABOUT THE AUTHOR

...view details