ନୂଆଦିଲ୍ଲୀ: ଦିଲ୍ଲୀର ଶାହିନବାଗ ଅଞ୍ଚଳରୁ ସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କୁ ହଟାଇବାର ଆବେଦନ ଉପରେ ଆଜି(ବୁଧବାର) ସୁପ୍ରିମକୋର୍ଟରେ ଶୁଣାଣି ହେବ । ପ୍ରଦର୍ଶନକାରୀଙ୍କ ସହ ଆଲୋଚନା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ମଧ୍ୟସ୍ଥି ସୋମବାର ନିଜ ରିପୋର୍ଟ ସିଲବନ୍ଦ ଲଫାଫାରେ ଦାଖଲ କରିଥିଲେ ।
ମଧ୍ୟସ୍ଥି ଭାବରେ ନିଯୁକ୍ତ ହୋଇଥିବା ଓକିଲ ସାଧନା ରାମଚନ୍ଦ୍ରନ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେଙ୍କ ସହ ଶାହିନବାଗ ଯାଇ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ନିଜ ରିପୋର୍ଟ ଜଷ୍ଟିସ ଏସ.କେ ପାଲ ଏବଂ ଜଷ୍ଟିସ କେ.ଏମ ଜୋଶେଫଙ୍କ ଖଣ୍ଡପୀଠକୁ ହସ୍ତାନ୍ତର କରିଥିଲେ । ତେବେ ମଧ୍ୟସ୍ଥିଙ୍କ ରିପୋର୍ଟ ଅନୁଧ୍ୟାନ କରିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ 26ରେ ହେବ ବୋଲି ଖଣ୍ଡପୀଠ କହିଥିଲେ ।