ଓଡିଶା

odisha

ETV Bharat / bharat

ଅସହ୍ୟ ଶୀତରେ ଥରହର ରାଜଧାନୀ ଦିଲ୍ଲୀ, ବଢୁଛି ବାୟୂ ପ୍ରଦୂଷଣ ମାତ୍ରା

ଶୀତ ବଢିବା ସାଙ୍ଗକୁ ବଢୁଛି ପ୍ରଦୂଷଣର ମାତ୍ରା। ଘନ କୁହୁଡି କାରଣରୁ ଯାତାୟତ ବାଧାପ୍ରାପ୍ତ। ଅଧିକ ପଢନ୍ତୁ...

ଅସହ୍ୟ ଶାତରେ ଥରହର ରାଜଧାନୀ ଦିଲ୍ଲୀ
ଅସହ୍ୟ ଶାତରେ ଥରହର ରାଜଧାନୀ ଦିଲ୍ଲୀ

By

Published : Dec 22, 2020, 10:37 AM IST

ନୂଆଦିଲ୍ଲୀ: ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ । ମଙ୍ଗଳବାର ସକାଳୁ 4 ଡିଗ୍ରୀ ରହିଛି ତାପମାତ୍ରା। ଯାହାକୁ ନେଇ ଅସହ୍ୟ ଥଣ୍ଡାରେ ଅସ୍ତବ୍ୟସ୍ତ ରାଜଧାନୀବାସୀ। ତେବେ ସମୟ ବଢିବା ସହ ତାପମାତ୍ରା ବଢିବା ସହ ଲୋକେ ସାମାନ୍ୟ ଆଶ୍ବସ୍ତି ପାଇବେ ବୋଲି କହିଛି ପାଣିପାଗ ବିଭାଗ।

ତେବେ ସହର ଓ ଏହାର ଆଖପାଖ ଅଞ୍ଚଳରେ ଅତ୍ୟଧିକ ମାତ୍ରାରେ କୁହୁଡି ଛାଇ ରହିଛି। ଯାହା ଫଳରେ ଭିଜିବିଲିଟି କମ ହେତୁ ଟ୍ରାଫିକ ସମସ୍ୟା ବହୁ ମାତ୍ରାରେ ବଢିଯାଇଛି। ତେବେ ସକାଳୁ ପାଲନରେ ବିଜିବିଲିଟି 200 ମିଟର ରେକର୍ଡ ହୋଇଛି। ତେବେ ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀ ଥିବାବେଳେ, ସର୍ବାଧିକ ତାପମାତ୍ରା 17 ଡିଗ୍ରୀ ସେଲସିୟସ ରହିବ ବୋଲି ସୂଚନା ଦେଇଛି ପାଣିବାଗ ବିଭାଗ ।

ତେବେ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ବୃଦ୍ଧି ସହ ପ୍ରଦୂଷଣର ମାତ୍ରାରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳ 8ଟା ସମୟରେ ଏୟାର କ୍ବାଲିଟି ଇଣ୍ଡେକ୍ସ(AQI) 345 ରେକର୍ଡ କରାଯାଇଛି। ଯାହା ଅତି ଗମ୍ଭୀର ଶ୍ରେଣୀର ଅଟେ ।

ଅସହ୍ୟ ଶାତରେ ଥରହର ରାଜଧାନୀ ଦିଲ୍ଲୀ

ନିମ୍ନରେ ଥିବା ଅଞ୍ଚଳର ଗୁଡିକରେ ପ୍ରଦୂଷଣର ମାତ୍ରା:-

ଶାଦୀପୁରରେ 347

ଦ୍ବାରକା 321

ଡିଟୁୟୁ 423

ଆଇଟିଓ 323

ପଟପଡଗଞ୍ଜ 395

ସୋନିଆ ବିହାର 385

ପୁସା 303

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details