ଓଡିଶା

odisha

ETV Bharat / bharat

ନୂଆଦିଲ୍ଲୀ ନିର୍ବାଚନ: ପୋଲିଂ ବୁଥରେ ଅଧିକାର ସାବ୍ୟସ୍ତ କଲେ ବରିଷ୍ଠ ନାଗରିକ - ଦିଲ୍ଲୀ ନିର୍ବାଚନରେ ବରିଷ୍ଠ ନାଗରିକ

ପ୍ରବଳ ଥଣ୍ଡା ସତ୍ତ୍ବେ ମତଦାନ ପାଇଁ କମିନି ଦିଲ୍ଲୀବାସୀଙ୍କ ଜୋଶ । ଏମିତିରେ ପଛରେ ପଡିନାହାଁନ୍ତି ଦିଲ୍ଲୀର ବରିଷ୍ଠ ନାଗରିକ । ସେମାନଙ୍କ ମତ ସାବ୍ୟସ୍ତ କରିବା ଜୋଶ ଆଗରେ ଫିକା ପଡିଛି ବୟସ।

New Delhi Election, elder voter in delhi election, voting in delhi election, ଦିଲ୍ଲୀ ନିର୍ବାଚନ, ଦିଲ୍ଲୀ ନିର୍ବାଚନରେ ବରିଷ୍ଠ ନାଗରିକ, ଦିଲ୍ଲୀ ନିର୍ବାଚନରେ ମତଦାନ
ନୂଆଦିଲ୍ଲୀ ନିର୍ବାଚନ: ପୋଲିଂ ବୁଥରେ ଅଧିକାର ସାବ୍ୟସ୍ତ କଲେ ବରିଷ୍ଠ ନାଗରିକ

By

Published : Feb 8, 2020, 11:57 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବେଶ ଉତ୍ସାହର ସହ ଚାଲିଛି ଗଣତନ୍ତ୍ରର ପର୍ବ । ମତଦାନ ପାଇଁ ସକାଳୁ ସକାଳୁ ପୋଲିଂ ବୁଥମାନଙ୍କରେ ଜମିଛି ଲୋକଙ୍କ ଭିଡ । ପ୍ରବଳ ଥଣ୍ଡା ସତ୍ତ୍ବେ ମତଦାନ ପାଇଁ କମିନି ଦିଲ୍ଲୀବାସୀଙ୍କ ଜୋଶ । ଏମିତିରେ ପଛରେ ପଡିନାହାଁନ୍ତି ଦିଲ୍ଲୀର ବରିଷ୍ଠ ନାଗରିକ । ସେମାନଙ୍କ ମତ ସାବ୍ୟସ୍ତ କରିବା ଜୋଶ ଆଗରେ ଫିକା ପଡିଛି ବୟସ।

ନୂଆଦିଲ୍ଲୀ ନିର୍ବାଚନ: ପୋଲିଂ ବୁଥରେ ଅଧିକାର ସାବ୍ୟସ୍ତ କଲେ ବରିଷ୍ଠ ନାଗରିକ

ବରିଷ୍ଠ ନାଗରିକଙ୍କ ଏହି ଧାଡିରେ ସବୁଠାରୁ ଆଗରେ ରହିଛନ୍ତି 110 ବର୍ଷୀୟା କାଲିତାରା ମଣ୍ଡଲ । ସେ ଏସଡିଏମସି ପ୍ରାଇମେରୀ ସ୍କୁଲରେ ମତ ସାବ୍ୟସ୍ତ କରିଥିଲେ । ପରେ ପରେ 108 ବର୍ଷୀୟ ସିତାରା ଦେବୀ ବାବରପୁରସ୍ଥିତ ନିଗମ ବିଦ୍ୟାଳୟରେ ଭୋଟଦାନ କରିଥିଲେ । ସେହିପରି 93 ବର୍ଷୀୟ କର୍ଣ୍ଣଲ ଅମୃତଲାଲ ଖନ୍ନା ଗ୍ରେଟର କୈଲାଶ ପାର୍ଟ 2ରେ ବଳବନ୍ତ ଭବନ ସ୍କୁଲରେ ଭୋଟ ଦେଇ ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି ।

ବରିଷ୍ଠ ନାଗରିକଙ୍କ ଏହି ଦାୟିତ୍ବବୋଧତା ଆଜିର ଯୁବପିଢିଙ୍କ ପାଇଁ ମାର୍ଗଦର୍ଶନ କହିଲେ କିଛି ଭୁଲ ହେବ ନାହିଁ । ସେପଟେ ଏହି ବରିଷ୍ଠ ଭୋଟରମାନଙ୍କୁ ଉତ୍ସାହିତ କରିବା ପାଇଁ ସମ୍ପୃକ୍ତ ପୋଲିଂ ବୁଥମାନଙ୍କରେ ଫୁଲତୋଡା ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details