ଓଡିଶା

odisha

ETV Bharat / bharat

ଭୁଷିଡିଗଲା ଘର, ପ୍ରଶାସନକୁ ଦାୟୀ କଲେ ମାଲିକ - ଭୁଷିଡିଗଲା ଘର, ପ୍ରଶାସନକୁ ଦାୟୀ କଲା ମାଲିକ

କିରାଡି ବିଧାନସଭାର ହିନ୍ଦ ବିହାର ଅଞ୍ଚଳରେ ଏକ 70ଗଜର ଘର ଭୁସୁଡି ପଡିଛି । ତେବେ ସେହି ସମୟରେ ଘରର ସଦସ୍ୟ କେହି ନଥିଲେ । ସୌଭାଗ୍ୟବଶତଃ ଅଘଟଣର ଦିନକ ପୂର୍ବରୁ ଘର ଛାଡି ଅନ୍ୟତ୍ର ପାଳିଇଥିଲେ ରାମରାଜଙ୍କ ପରିବାର ।

ଭୁଷିଡିଗଲା 70ଗଜର ଘର, ପ୍ରଶାସନକୁ ଦାୟୀ କଲା ମାଲିକ
ଭୁଷିଡିଗଲା 70ଗଜର ଘର, ପ୍ରଶାସନକୁ ଦାୟୀ କଲା ମାଲିକ

By

Published : Aug 20, 2020, 5:15 PM IST

ନୂଆଦିଲ୍ଲୀ: କିରାଡି ବିଧାନସଭାର ହିନ୍ଦ ବିହାର ଅଞ୍ଚଳରେ ଏକ 70ଗଜର ଘର ଭୁସୁଡି ପଡିଛି । ତେବେ ସେହି ସମୟରେ ଘରର ସଦସ୍ୟ କେହି ନଥିଲେ । ସୌଭାଗ୍ୟବଶତଃ ଅଘଟଣର ଦିନକ ପୂର୍ବରୁ ଘର ଛାଡି ଅନ୍ୟତ୍ର ପାଳିଇଥିଲେ ରାମରାଜଙ୍କ ପରିବାର ।

ଭୁଷିଡିଗଲା 70ଗଜର ଘର, ପ୍ରଶାସନକୁ ଦାୟୀ କଲା ମାଲିକ

ଘରର ମାଲିକ ରାମରାଜ କହିଛନ୍ତି ଯେ, 2ଦିନ ପୂର୍ବରୁ ମୋର ଘର ଭୁସୁ଼ଡି ପଡିଛି । ଏହି ଘରେ 16 ଜଣ ରହୁଥିଲେ । ଅଘଟଣର ଠିକ ଦିନକ ପୂର୍ବରୁ ଆମେ ଘର ଖାଲି କରି ଦେଇଥିଲୁ । କାରଣ ବର୍ଷା ପାଣି ଆମ ଘରରେ ପଶି ଯାଇଥିଲା । ଆମ ଅଞ୍ଚଳରେ ପାଣି ନିଷ୍କାସନର ସୁବିଧା ନାହିଁ ଯାହା ଫଳରେ ଆମେ ବହୁତ ଅସୁବିଧା ଭୋଗୁଛୁ । ଏଠାକାର ବିଧାୟକ, ସାଂସଦଙ୍କୁ ଅସୁବିଧା ସମ୍ପର୍କରେ ଜଣାଇଛୁ । କିନ୍ତୁ କେହି ଆମ କଥା ବୁଝୁନାହାଁନ୍ତି । ଘର ଭୁସୁଡି ଯିବାରୁ ଏବେ ଆମେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଖୋଜୁଛୁ ।

ଭୁଷିଡିଗଲା 70ଗଜର ଘର, ପ୍ରଶାସନକୁ ଦାୟୀ କଲା ମାଲିକ

ରାଜମିସ୍ତ୍ରୀ ଶରଣ ସିଂ ରାଘବ କହିଛନ୍ତି ଯେ, ଏହି ଅଞ୍ଚଳରୁ 20ରୁ 25 ଘର ଛାଡି ଭଡାରେ ରହିବାକୁ ପଳେଇ ସାରିଲେଣି । ପାଣି ନିଷ୍କାସନ ସୁବିଧା ସମ୍ପୂର୍ଣ୍ଣ କିରାଡି ବିଧାନସଭାରେ ନାହିଁ । ଏଥିଲାଗି ସବୁ ପାଣି ଘରେ ପଶୁଛି ଓ ଘରରେ ଫାଟ ସୃଷ୍ଟି ହେଉଛି । ଅନେକ ଘର ମଧ୍ୟ ଭୁଷୁଡିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details