ଓଡିଶା

odisha

ETV Bharat / bharat

LACର ଭାରତୀୟ ପାର୍ଶ୍ୱରେ ନୂତନ ନିର୍ମାଣ କାର୍ଯ୍ୟ କରୁଛି ଚୀନ: ସୁରଜେୱାଲା

ପ୍ରକୃତ ନିୟନ୍ତ୍ରଣ ରେଖାର ଭାରତୀୟ ପାର୍ଶ୍ବରେ ଚୀନ ନୂତନ ସାମରିକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ରଣଦୀପ ସିଂହ ସୁରଜେୱାଲା ।

ସୁରଜେୱାଲା
ସୁରଜେୱାଲା

By

Published : Jul 27, 2020, 12:56 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଚୀନକୁ ନେଇ ବଡ ଦାବି କରିଛନ୍ତି କଂଗ୍ରେସ ନେତା ରଣଦୀପ ସିଂହ ସୁରଜେୱାଲା । ପ୍ରକୃତ ନିୟନ୍ତ୍ରଣ ରେଖାର ଭାରତୀୟ ପାର୍ଶ୍ବରେ ଚୀନ ନୂତନ ସାମରିକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ବୋଲି ଦାବି କରିଛନ୍ତି ସେ । ଏଥିସହ ଭାରତ ସରକାର ନୂଆ ସ୍ୟାଟେଲାଇଟ ଫଟୋ ସମ୍ପର୍କରେ ଦେଶବାସୀଙ୍କୁ ଜବାବ ଦେବେ କି ବୋଲି ସୁରଜେୱାଲା କହିଛନ୍ତି ।

ସୋମବାର ଟ୍ବିଟ କରି ସୁରଜେୱାଲା କହିଛନ୍ତି , ଚୀନର ଏହି ଦୁଃସାହସିକ କାର୍ଯ୍ୟ ଗ୍ରହଣୀୟ ନୁହେଁ। ପାଙ୍ଗୋଙ୍ଗ ସୋ ହ୍ରଦ ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖାର ଭାରତୀୟ ପାର୍ଶ୍ୱରେ ଚୀନ ଦ୍ୱାରା କରାଯାଉଥିବା ନୂତନ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଚିନ୍ତାଜନକ ଅଟେ । ଦେଶର ଅଖଣ୍ଡତା ବିରୋଧରେ ଚୀନ ଦ୍ବାରା କରାଯାଇଥିବା ଏହି ଭୁଲ୍ ଗ୍ରହଣୀୟ ନୁହେଁ। ଭାରତ ସରକାର ନୂଆ ସାଟେଲାଇଟ ଫଟୋ ସମ୍ପର୍କରେ ଦେଶବାସୀଙ୍କୁ ଜବାବ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ସୁରଜେୱାଲା ।

ତେବେ କୂଟନୈତିକ ଏବଂ ସାମରିକ ସ୍ତରରେ ଚାଲିଥିବା ଆଲୋଚନା ମଧ୍ୟରେ ଭାରତ ଏବଂ ଚୀନର ସୈନ୍ୟମାନେ ଗଲୱାନ୍ ଉପତ୍ୟକା, ପାଟ୍ରୋଲିଂ ପଏଣ୍ଟ 15 ଏବଂ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗସ୍ / ଗୋଗ୍ରା ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସମାପ୍ତ କରିଛନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି । ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ଚୀନ ସୈନ୍ୟଙ୍କୁ ସଂପୂର୍ଣ୍ଣ ଭାବରେ ସେମାନଙ୍କ ସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡ଼ିବ ବୋଲି ଭାରତ ସ୍ପଷ୍ଟ କରିଛି ।

ପୂର୍ବ ଲଦାଖରେ ଚୀନ ଦ୍ୱାରା ସାମରିକ ନିର୍ମାଣ ପରେ ଉଭୟ ଦେଶ ସାମରିକ ଏବଂ କୂଟନୈତିକ ସ୍ତରର ଆଲୋଚନା କରିଛନ୍ତି ।

ABOUT THE AUTHOR

...view details