ଓଡିଶା

odisha

ETV Bharat / bharat

ସିଏଏ ଭାରତର ଆଭ୍ୟନ୍ତରୀଣ ମାମଲା: ଫ୍ରାନ୍ସ - france

ୟୁରୋପୀୟ ସଂଘର ସଂସଦରେ ସିଏଏ ବିରୋଧରେ ପ୍ରସ୍ତାବ ଆଗତ କରିବାର ଦିନକ ପରେ ଏହାକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିଛି ୟୁରୋପୀୟ ସଂଘର ପ୍ରଭାବଶାଳୀ ସଦସ୍ୟ ଫ୍ରାନ୍ସ । ଅଧିକ ପଢନ୍ତୁ...

new-citizenship-law
ଫ୍ରାନ୍ସ-ଭାରତ

By

Published : Jan 27, 2020, 9:36 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ଭାରତର ଆଭ୍ୟନ୍ତରୀଣ ବିଷୟ ବୋଲି ସୋମବାର ଫ୍ରାନ୍ସ ପକ୍ଷରୁ କୁହାଯାଇଛି। ୟୁରୋପୀୟ ସଂଘର ଏକ ପ୍ରଭାବଶାଳୀ ତଥା ପ୍ରତିଷ୍ଠାତା ସଦସ୍ୟ ଫ୍ରାନ୍ସ ସିଏଏକୁ ନେଇ ଏଭଳି ମନ୍ତବ୍ୟ ରଖିବା ପରେ ୟୁରୋପୀୟ ସଂସଦରେ ସିଏଏକୁ ନେଇ ଆଲୋଚନା କରିବାକୁ ଚାହୁଁଥିବା ବାମପନ୍ଥୀ ସାଂସଦଙ୍କୁ ଶକ୍ତ ଝଟକା ଲାଗିଛି ।

751 ସଦସ୍ୟଯୁକ୍ତ ୟୁରୋପୀୟ ସଂଘର ସଂସଦରେ ପ୍ରାୟ 600 ବାମପନ୍ଥୀ ସାଂସଦ ସିଏଏ ବିରୋଧରେ ଗତ ରବିବାର ପ୍ରସ୍ତାବ ଆଗତ କରିଥିଲେ । ସିଏଏ ଜାତିସଂଘର ଧାରା ୧୫ରେ ଥିବା ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର କ୍ଷୁର୍ଣ୍ଣ କରୁଛି । ଭାରତ ସରକାରଙ୍କ ଏହି ଆଇନ ବିଶ୍ବରେ ଏକ ବିପଜ୍ଜନକ ମାନବୀୟ ସଂକଟ ସୃଷ୍ଟି କରିବ । ତେଣୁ ଏହା ଉପରେ ସଂସଦରେ ଆଲୋଚନା ହେଉ ବୋଲି ସେମାନେ ଦାବି କରିଥିଲେ ।

ତେବେ ଏହାର ଦିନକ ପରେ ଫ୍ରାନ୍ସ ପକ୍ଷରୁ କୁହାଯାଇଛି, ସିଏଏ ଭାରତର ଆଭ୍ୟନ୍ତୀଣ ବ୍ୟାପାର । ଏହା ପୂର୍ବରୁ ମଧ୍ୟ ଫ୍ରାନ୍ସ ଅନେକ ଥର ଏକଥା ସ୍ପଷ୍ଟ କରିସାଛି । ୟୁରୋପୀୟ ସଂସଦ ସଦସ୍ୟ ଦେଶ ଏବଂ ୟୁରୋପୀୟ ଆୟୋଗର ଏକ ସ୍ବାଧୀନ ସଂସ୍ଥା ଅଟେ ବୋଲି ଫ୍ରାନ୍ସ କହିଛି। ସେପଟେ ଫ୍ରାନ୍ସର ଏହି ସମର୍ଥନ ପରେ ଆଉକେତେକ ୟୁରୋପୀୟ ଦେଶ ଭାରତକୁ ସମର୍ଥନ କରିବାର ସମ୍ଭାବନା ରହିଛି ।

ABOUT THE AUTHOR

...view details