ଓଡିଶା

odisha

ETV Bharat / bharat

ସିବିଆଇକୁ ମିଳିବ ନୂଆ ନିର୍ଦ୍ଦେଶକ, ମୋହର ମାରିବେ ଚୟନ କମିଟି - mallikarjun kharge

ଆଲୋକ ବର୍ମାଙ୍କୁ ନିର୍ଦ୍ଦେଶକ ପଦବୀରୁ ଅପସାରିତ କରିବା ପରେ ଦେଶର ଏହି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ପଦବୀ ଖାଲି ପଡିଛି । ତେବେ ଏଥିପାଇଁ ୮୦ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଛି ।

ଡିଜାଇନ ଫଟୋ

By

Published : Feb 2, 2019, 12:13 PM IST

ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ମିଳିବ ନୂଆ ନିର୍ଦ୍ଦେଶକ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଚୟନ କମିଟିର ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଲୋକସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ କମିଟିର ଅନ୍ୟ ଦୁଇ ସଦସ୍ୟ ଅଛନ୍ତି ।

ସୂଚନାଯୋଗ୍ୟ ଯେ ଆଲୋକ ବର୍ମାଙ୍କୁ ନିର୍ଦ୍ଦେଶକ ପଦବୀରୁ ଅପସାରିତ କରିବା ପରେ ଦେଶର ଏହି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ପଦବୀ ଖାଲି ପଡିଛି । ତେବେ ଏଥିପାଇଁ ୮୦ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଛି । ଏହି ୮୦ ଜଣିଆ ତାଲିକାରୁ ଗୋଟିଏ ନାମ ଉପରେ ଚୟନ କମିଟି ଆଜି ମୋହର ମାରିବେ ।

ତେବେ ଏହା ପୂର୍ବରୁ ନୂତନ ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ଜାନୁୟାରୀ ୨୪ ତାରିଖରେ କମିଟିର ଏକ ବୈଠକ ବସିଥିଲା । ହେଲେ ଏଥିରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରିନଥିଲା । ଆଜି ଅନୁଷ୍ଠିତ ହେବାକୁ ଥିବା ଚୟନ କମିଟିର ଦ୍ବିତୀୟ ବୈଠକରେ ଏହା ଫାଇନାଲ ହେବ ବୋଲି ସୂଚନା ରହିଛି ।

ABOUT THE AUTHOR

...view details