ଓଡିଶା

odisha

ETV Bharat / bharat

ମା’ ପେଟରୁ କୋରୋନା ନେଇ ଆସିଲା ଛୁଆ ! - ନବଜାତକ କୋରୋନା ଆକ୍ରାନ୍ତ

ପ୍ରଥମ ଥର ପାଇଁ ଏକ ନବଜାତ ଶିଶୁକୁ କୋରୋନା ଭାଇରସ୍ ସଂକ୍ରମଣ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

new born baby suffering korona
କରୋନାରେ ଆକ୍ରାନ୍ତ ନବଜାତ ଶିଶୁ

By

Published : Mar 14, 2020, 9:10 PM IST

ଇଂଲଣ୍ଡ: ବିଶ୍ବରେ କାୟା ମେଲାଇଛି କୋରୋନା । କୋରୋନା ଭୟରେ ଭୟବିତ ବିଶ୍ବ । ବିଶ୍ବର ପ୍ରାୟ 100ରୁ ଊର୍ଦ୍ଧ୍ବ ଦେଶରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପ୍ରଥମଥର ପାଇଁ ଏକ ନବଜାତକ କୋରୋନାରେ ଆକ୍ରାନ୍ତ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଇଂଲଣ୍ଡରେ ଏହି ଘଟଣା ସାମ୍ନାକୁ ଆସିଛି ।

ନବଜାତକର ମା’ ନିମୋନିଆରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ପରୀକ୍ଷା ପାଇଁ ମେଡିକାଲରେ ପହଞ୍ଚିଥିଲେ । ହେଲେ ରକ୍ତ ନମୁନା ପରୀକ୍ଷାରୁ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଥିଲା । ମା’ ନୁହେଁ ବରଂ ତାଙ୍କ ନବଜାତକ ଶିଶୁ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଏହାପରେ ଉଭୟେ ମା’ ଓ ଶିଶୁକୁ ମେଡିକାଲରେ ଅଲଗା ଅଲଗା ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।

ଶିଶୁଟି ଗର୍ଭରେ ହିଁ କୋରୋନାରେ ଆକ୍ରାନ୍ତ ହୋଇଥିବା ଡାକ୍ତର ଜାଣିବାକୁ ପାଇଛନ୍ତି । ସେପଟେ ନବଜାତକକୁ ବର୍ତ୍ତମାନ ମା’ ଠାରୁ ଅଲଗା କରାଯାଇପାରିବ ନାହିଁ ବୋଲି ଡାକ୍ତର କହିଛନ୍ତି । ଉଭୟଙ୍କ ଚିକିତ୍ସା ଜାରି ରହିଛି ।

ABOUT THE AUTHOR

...view details