ଓଡିଶା

odisha

ETV Bharat / bharat

ଦାନ ଦେବା ପୂର୍ବରୁ ଧ୍ୟାନ ରଖନ୍ତୁ

ହିନ୍ଦୁ ଧର୍ମରେ ପୂଜା, ଧ୍ୟାନ, ସ୍ନାନ ଏବଂ ଦାନର ବିଶେଷ ମହତ୍ୱ ରହିଛି। ଯେକୌଣସି ଧାର୍ମିକ ଅବସରରେ ଲୋକେ ଗରିବ ଏବଂ ଅସହାୟଙ୍କୁ ଦାନ ଦେଇଥାନ୍ତି। ଦାନ କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତ ହୁଏ।

ପ୍ରତିକାତ୍ମକ ଫଟୋ

By

Published : Feb 19, 2019, 3:20 PM IST

ହିନ୍ଦୁ ଧର୍ମରେ ପୂଜା, ଧ୍ୟାନ, ସ୍ନାନ ଏବଂ ଦାନର ବିଶେଷ ମହତ୍ୱ ରହିଛି। ଯେକୌଣସି ଧାର୍ମିକ ଅବସରରେ ଲୋକେ ଗରିବ ଏବଂ ଅସହାୟଙ୍କୁ ଦାନ ଦେଇଥାନ୍ତି। ଦାନ କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତ ହୁଏ । ତେବେ ଅନେକ ସମୟରେ ଲୋକେ ଏପରି ବସ୍ତୁ ଦାନ କରି ଦିଅନ୍ତି ଯାହା କରିବା ଅନୁଚିତ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ସବୁ ବସ୍ତୁକୁ ଦାନ କରିବା ଉଚିତ ନୁହେଁ।

ଝାଡୁ

ଝାଡୁକୁ କେବେ ମଧ୍ୟ ଦାନରେ ଦିଅନ୍ତୁ ନାହିଁ । କୁହାଯାଏ କି ଝାଡୁ ଦାନ କରିବା ଦ୍ବାରା ଲକ୍ଷ୍ମୀ ମାତା ଅସନ୍ତୁଷ୍ଟ ହୋଇଥାନ୍ତି । ଫଳରେ ବ୍ୟବସାୟରେ କ୍ଷତି ହୋଇଥାଏ ଏବଂ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ।

ବାସନକୁସନ

ବାସନକୁସନ ଦାନ ଦେବା ଅନୁଚିତ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଷ୍ଟିଲରେ ନିର୍ମିତ ବାସନକୁସନ ଦାନ ଦେବା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ।

ତେଲ

ତେଲ ଦାନ କରିବା ଦ୍ୱାରା ଶନିଦେବଙ୍କ କୃପା ମିଳିଥାଏ । କିନ୍ତୁ ଖରାପ କିମ୍ବା ବ୍ୟବହାର ହୋଇଥିବା ତେଲ ଦାନ କରିବା ଅନୁଚିତ । ଏହା ଦ୍ୱାରା ଶନିଦେବ ଅସନ୍ତୁଷ୍ଟ ହୋଇଥାନ୍ତି ।

ଖାଦ୍ୟ

ଭୋକିଲାକୁ ଖାଦ୍ୟ ଖୁଆଇବା ପୁଣ୍ୟର କାମ ହୋଇଥାଏ । କିନ୍ତୁ ବାସୀ ଖାଦ୍ୟ ଦାନ କରିବା ଅଶୁଭ ମନାଯାଏ । ଏହା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ।

ପ୍ଲାଷ୍ଟିକ

କାହାକୁ ପ୍ଲାଷ୍ଟିକ ଦାନ କରିବା ଉଚିତ ନୁହେଁ। ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ହ୍ରାସ ହୋଇଥାଏ ।

For All Latest Updates

ABOUT THE AUTHOR

...view details