ଗୌହାଟୀ: ଲୋକସଭାରେ ପାରିତ ହେଲା ନାଗରିକ ସଂଶୋଧନ ବିଲ । ବିଲ୍କୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି ଆସାମରେ ମଧ୍ୟ ବିଲକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଥାନରେ ଟାୟାର ଜାଳିଛନ୍ତି ଲୋକେ । ଆସାମର ଉତ୍ତର ପୂର୍ବ ଛାତ୍ର ସଂସ୍ଥା 12 ଘଣ୍ଟିଆ ବନ୍ଦ ପାଳନ କରିଛି ।
ନାଗରିକ ସଂଶୋଧନ ବିଲକୁ ବିରୋଧ: ଆସାମରେ 12ଘଣ୍ଟିଆ ବନ୍ଦ ପାଳନ - ନାଗରିକ ସଂଶୋଧନ ବିଲ
ନାଗରିକ ସଂଶୋଧନ ବିଲକୁ ବିରୋଧ କରି ଆସାମର ଉତ୍ତର ପୂର୍ବ ଛାତ୍ର ସଂସ୍ଥା 12 ଘଣ୍ଟିଆ ବନ୍ଦ ପାଳନ କରିଛି ।
ମଙ୍ଗଳବାର ସକାଳୁ ସକାଳୁ ଆସାମର ଉତ୍ତର ପୂର୍ବ ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାସ୍ତା ଘାଟରେ ବିକ୍ଷୋଭକାରୀ ଗାଡି ଚଳାଚଳ ବନ୍ଦ କରିବା ସହ ଟାୟାର ଜାଳି ରାସ୍ତା ରୋକ୍ କରିଛନ୍ତି । ସେହିପରି ଆସାମର ରାଜାଧାନୀ ଗୌହାଟୀରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜଧାନୀରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।
ଉଲ୍ଲେଖଥାଉ କି, ଗତକାଲି(ସୋମବାର) ଲୋକସଭାରେ ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ ଦୀର୍ଘ 8 ଘଣ୍ଟାର ଆଲୋଚନା ପରେ ଗୃହିତ ହୋଇଛି । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଏହି ବିଲକୁ ସରକାର ଲୋକସଭାରେ ପାରିତ କରାଇବାରେ ସଫଳ ହୋଇଛନ୍ତି । ଏହି ବିଲ୍ ସପକ୍ଷରେ 311 ଖଣ୍ଡ ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲା 80ଟି ଭୋଟ । ତେବେ ଆଜି(ବୁଧବାର) ଏହା ରାଜ୍ୟସଭାରେ ଆଗତ ହୋଇପାରେ ।