କାଠମାଣ୍ଡୁ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛି ନେପାଳ । ଉଭୟ ଦେଶ ଶାନ୍ତିପୂର୍ଣ୍ଣ ଭାବରେ ଆଲୋଚନା ଜରିଆରେ ଏହି ବିବାଦର ସମାଧାନ କରିବେ ବୋଲି ନେପାଳ ଆଶା ବ୍ୟକ୍ତ କରିଛି । ନେପାଳ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଆମର ଉଭୟ ପଡୋଶୀ ଦେଶ ଭାରତ ଏବଂ ଚୀନ ଭଲ ପଡୋଶୀ ଭଳି ଦ୍ବିପାକ୍ଷିକ, କ୍ଷେତ୍ରୀୟ, ବୈଶ୍ବିକ ଶାନ୍ତି ଏବଂ ସ୍ଥିରତା ପକ୍ଷରେ ଶାନ୍ତିପୂର୍ଣ୍ଣ ଭାବରେ ନିଜ ମତଭେଦ ଦୂର କରିବେ ବୋଲି ବିଶ୍ବାସ ରହିଛି ।
ଭାରତ-ଚୀନ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ନେପାଳ - nepal
ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛି ନେପାଳ । ଜାଣନ୍ତୁ ସେ କଣ କହିଛି...
ନେପାଳ
ନେପାଳ ପକ୍ଷରୁ କୁହାଯାଇଛି ଯେ, 'ଉଭୟ ଦେଶ ମଧ୍ୟର ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ଉଚିତ । ନେପାଳ ସର୍ବଦା କ୍ଷେତ୍ରୀୟ ଏବଂ ବୈଶ୍ବିକ ଶାନ୍ତି ସପକ୍ଷରେ ଠିଆ ହୋଇଛି । ଆମର ମିତ୍ର ତଥା ପଡୋଶୀ ଦେଶ ଭାରତ ଏବଂ ଚୀନ ଗଲୱାନ ଘାଟିରେ ହୋଇଥିବା ବିବାଦର ସମାଧାନ ଆଲୋଚନା ମାଧ୍ୟମରେ କରବେ ବୋଲି ଆମେ ଆଶା କରୁଛୁ। '
ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ଗଲୱାନ ଘାଟିରେ ହୋଇଥିବା ଏହି ସଂଘର୍ଷରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ଏହି ସଂଘର୍ଷରେ ଚୀନର 43 ଜଣ ସୈନ୍ୟ ମୃତାହତ ହୋଇଥିବା ମଧ୍ୟ ଜଣାପଡିଥିଲା ।