ଓଡିଶା

odisha

ETV Bharat / bharat

ନେପାଳର ଉଭୟ ସଦନରେ ବିବାଦୀୟ ନକ୍ସା ପାସ୍‌, ଶୁଭିଲା ଭାରତ ବିରୋଧୀ ନାରା

ରବିବାର ନେପାଳ ସଂସଦର ଉଚ୍ଚ ସଦନରେ ନେପାଳର ନୂତନ ମାନଚିତ୍ର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ନୂଆ ମାନଚିତ୍ରରେ ଭାରତର 3ଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି । ଶନିବାର ଏହି ସମ୍ବିଧାନ ସଂଶୋଧନ ବିଲ୍‌ ସଂସଦର ତଳ ସଦନରେ ବହୁମତରେ ପାରିତ ହୋଇଥିଲା ।

ବିବାଦୀୟ ନକ୍ସା
ବିବାଦୀୟ ନକ୍ସା

By

Published : Jun 15, 2020, 5:27 PM IST

କାଠମାଣ୍ଡୁ: ଭାରତର ବିରୋଧ ସତ୍ତ୍ବେ ରବିବାର ନେପାଳ ସଂସଦର ଉଚ୍ଚ ସଦନରେ ନେପାଳର ନୂତନ ମାନଚିତ୍ର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ନୂଆ ମାନଚିତ୍ରରେ ଭାରତର 3ଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ଏହି ବିଲ୍‌ର ବିରୋଧରେ ଗୋଟିଏ ବି ଭୋଟ ପଡିନଥିଲା । ରବିବାର ସଦନରେ ମୋଟ 59 ସାଂସଦଙ୍କ ମଧ୍ୟରୁ 50 ସାଂସଦ ଉପସ୍ଥିତ ରହିଥିଲେ ଏବଂ ଉପସ୍ଥିତ ସମସ୍ତ ସାଂସଦ ବିଲ୍‌ ସପକ୍ଷରେ ଭୋଟ ଦେଇଥିଲେ ।

ଏହା ସହିତ ଏହି ବିଲ୍‌ ଆଗତ ହେବାପରେ ନେପାଳ ସଂସଦରେ ଭାରତ ଠାରୁ ଅଞ୍ଚଳ ଫେରାଇ ଆଣ ଭଳି ନାରା ମଧ୍ୟ ଶୁଣିବାକୁ ମିଳିଥିଲା । ଏହାପୂର୍ବରୁ ଶନିବାର ଏହି ସମ୍ବିଧାନ ସଂଶୋଧନ ବିଲ୍‌ ସଂସଦର ତଳ ସଦନରେ ବହୁମତରେ ପାରିତ ହୋଇଥିଲା । ଏହି ନୂଆ ମାନଚିତ୍ରରେ ଭାରତର କଳାପାଣି, ଲିପୁଲେଖ ଏବଂ ଲିମ୍ଫୁୟାଧାରା ଅଞ୍ଚଳକୁ ନେପାଳରେ ଦର୍ଶାଯାଇଛି ।

ତେବେ ରବିବାର ଏହି ନୂଆ ନକ୍ସାକୁ ନେପାଳର ଉଚ୍ଚ ସଦନରେ ଆଗତ କରିବା ପରେ କିଛି ସାଂସଦ ତାଳି ବଜାଇ ଏହାର ସ୍ବାଗତ କରିଥିଲେ । ଏହା ବ୍ୟତୀତ ଅନ୍ୟ କେତେକ ସାଂସଦ ଭାରତରୁ ଏହି 3ଟି ଅଞ୍ଚଳକୁ ଫେରାଇ ଆଣ ଭଳି ନାରା ଦେଇଥିଲେ । ଅନ୍ୟପକ୍ଷରେ ଏନେଇ ସଦନରେ ଚର୍ଚ୍ଚା ସମୟରେ ଅଧିକତମ ସାଂସଦ ଆଲୋଚନା ଜରିଆରେ ଏହାର ସମାଧାନ କରିବା ଦିଗରେ ସହମତି ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ, ନେପାଳ ସଂସଦର ତଳ ସଦନରେ ଶନିବାର ଏହି ବିଲ୍‌ ଆଗତ ହେବାପରେ ଏନେଇ ଭୋଟିଂ ହୋଇଥିଲା । 275 ସାଂସଦଙ୍କ ମଧିୟରୁ ସଦନରେ ଉପସ୍ଥିତ ସମସ୍ତ 258 ସାଂସଦ ବିଲ୍‌ ସପକ୍ଷରେ ଭୋଟ ଦେଇଥିଲେ ।

ABOUT THE AUTHOR

...view details